କୁଲୁତାଯୋର ପେକ୍ସ ପକ୍ଷରୁ ରବି ଧାନ କ୍ରୟର ଶୁଭାରମ୍ଭ

ଘଣ୍ଟାପଡ଼ା : କଣ୍ଟାମାଳ ବ୍ଲକ କୁଲୁତାଯୋର ପେକ୍ସ ପକ୍ଷରୁ ସୋମବାର ରବି ଧାନ କ୍ରୟର ଶୁଭାରମ୍ଭ ହୋଇଯାଇଛି। ଟୋକନ ପାଇଥିବା ୧୪ ଜଣ ଚାଷୀଙ୍କ ପ୍ରାୟ ଏକ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସମିତି ସଂପାଦକ ସୁଦାମ ଚରଣ ରଣା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମିତିର ପୂର୍ବ ସଭାପତି ନେପାଲ ରଣା, ଆର୍‌ଏମ୍‌ସି କର୍ମଚାରୀ ଏବଂ ଧାନ ବିକ୍ରୟ ପାଇଁ ଉଦ୍ଦିଷ୍ଟ ଚାଷୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର