ବେଗୁନିଆପଡ଼ା : ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ୍‌। ଗତ ୫ମାସ ମଧ୍ୟରେ ଏହି ବ୍ଲକ୍‌ ୪ଜଣ ରାଜ‌ନେତାଙ୍କୁ ହରାଇଛି।

Advertisment

୨୦୨୦ ସେପ୍ଟେମ୍ବର ୭ ତାରିଖରେ ବେଗୁନିଆପଡ଼ା ବ୍ଲକ୍‌ ଚନ୍ଦନପୁର ସମିତି ସଭ୍ୟ ସୁବଳ ସାହୁ(୪୮)ଙ୍କ ମୃତ୍ୟୁ ଘଟିଥିଲା। ସେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ। ସୁବଳଙ୍କ ଘର ଚନ୍ଦନପୁର ଗ୍ରାମରେ। ଏହାର ଠିକ ତିନି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୧ରେ ଏହି ବ୍ଲକ୍‌ର କୁମ୍ଭାରଗାଁ ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀ ମଧ୍ୟ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ। ପ୍ରଶାନ୍ତଙ୍କ ଘର ସେହି ପଞ୍ଚାୟତର କୁମାରପାରି ଗାଁରେ।

ଚଳିତ ମାସ ଗତ ୧୬ତାରିଖରେ ଉକ୍ତ ବ୍ଲକ୍‌ର ୪୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ ଚନ୍ଦ୍ର ତିଆଡ଼ି କିଡ଼୍‌ନି ଜନିତ ରୋଗରେ ପୀଡ଼ିତ ଥାଇ ମୃତ୍ୟୁବରଣ କରିଥିଲେ। ପ୍ରଫୁଲ୍ଲଙ୍କ ଘର ସାକୁଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଆଉ ଗତକାଲି ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ‌ ଠାରେ ଘଟିଛି ଚାଞ୍ଚଲ୍ୟର ଘଟଣା। ସୁମଣ୍ଡଳ ଗାଁର ବାସିନ୍ଦା ତଥା ବେଗୁନିଆପଡ଼ା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି।