କର୍ତ୍ତବ୍ୟରେ ଅବହେଳା, ଦୁର୍ନୀତି ଅଭିଯୋଗ : ବେଲଘର ଜିଆର୍‌ଏସ୍‌ ଚାକିରିରୁ ବହିଷ୍କୃତ

ଫୁଲବାଣୀ : କର୍ତ୍ତବ୍ୟରେ ଅବହେଳା ଓ ଦୁର୍ନୀତି ଅଭିଯୋଗରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ଗ୍ରାମ ରୋଜଗାର ସେବକ ନରେନ୍ଦ୍ର ପରସେଠଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜିଲ୍ଲାପାଳ ଡା.ବୃନ୍ଦା ଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନରେନ୍ଦ୍ର ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରୁ ନ ଥିବା ସହ କୌଣସି ଅଧିକାରୀଙ୍କ କଥା ମାନୁ ନଥିବା ଅଭିଯୋଗ ହୋଇଥିଲ।ା ଏପରିକି ତାଙ୍କର ଦାୟିତ୍ୱହୀନତା ପାଇଁ ମନରେଗାରେ ଜବକାର୍ଡ ଧାରୀ ଠିକ୍‌ ସମୟରେ ପାରିଶ୍ରମିକ ବି ପାଇବାକୁ ସକ୍ଷମ ହେଉ ନଥିଲେ। ଆଉ ନିଜ ପରିବାର ସଦସ୍ୟଙ୍କର ଜବକାର୍ଡ ନଥିବା ବେଳେ ସେମାନଙ୍କ ନାଁ ତାଲିକାରେ ରଖି ନରେନ୍ଦ୍ର ଟଙ୍କା ହରିଲୁଟ୍‌ କରୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ସରପଞ୍ଚ,ସମିତି ସଭ୍ୟ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତଦନ୍ତ ପରେ ସମସ୍ତ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ଜିଲ୍ଳାପାଳ ନରେନ୍ଦ୍ରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ।

ସମ୍ବନ୍ଧିତ ଖବର