ବେଲପାହାଡ଼ ପୁଲିସ ଭ୍ୟାନ୍‌ ଦୁର୍ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ

ଭୁବନେଶ୍ବର : ବେଲପାହାଡ଼ଠାରେ ପୁଲିସ ଭ୍ୟାନ୍‌ ଦୁର୍ଘଟଣାରେ ୩ ଓଏସ୍‌ଏପି ଯବାନ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଜଣେ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ତାଙ୍କ ନାଁ ଜୟସିଂହ ସାନ୍ତା। ଘର ନବରଙ୍ଗପୁର। ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା।

ସୂଚନା ମୁତାବକ, ମାର୍ଚ୍ଚ ୧ ତାରିଖ ୬ଟା ୩୦ ମିନିଟ୍‌ରେ ବେଲପାହାଡ଼ର ୪୯ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍‌ ନିକଟରେ ଏକ ପୁଲିସ ଭ୍ୟାନ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ୨୪ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ସେହିଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା। ତେବେ ଜୟସିଂହ ସାମନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ବେହରୁ ତାଙ୍କୁ ଆପୋଲୋ ଅଣାଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ସମ୍ବନ୍ଧିତ ଖବର