ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥର ବହୁ ପ୍ରତୀକ୍ଷିତ ବେଲବାହାଳି ପୋଲରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ବୁଧବାର ଦିନ ୧୦ଟାଠାରୁ ସମ୍ପୂର୍ଣ୍ଣ ହୋଇଥିବା ଗୋଟିଏ ପାର୍ଶ୍ବରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଫଳରେ ରାସ୍ତାରେ ଯାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି। ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହେଉ ନଥିବାରୁ ବହୁଦିନ ଧରି ଲୋକମାନେ ଟ୍ରାଫିକ୍ ସମସ୍ୟାରେ ନୟାନ୍ତ ହୋଇ ପଡ଼ିଥିଲେ।
ବେଲବାହାଳିରେ କୁଶେଇ ନଦୀରେ ଥିବା ଅଣଓସାରିଆ ବ୍ରିଟିଶ୍ ଅମଳର ପୋଲରେ ଏକସଙ୍ଗେ ଦୁଇଟି ଗାଡ଼ି ଅତିକ୍ରମ କରିପାରୁ ନଥିବାରୁ ସମସ୍ୟା ଦେଖା ଦେଇଥିଲା। ଏପରିକି ୨୦୧୫ରେ ବେଲବାହାଳିରେ ପୋଲ ନିର୍ମାଣ ପାଇଁ ପୁଲିସ୍ ଜନତା ଖଣ୍ଡଯୁଦ୍ଧ ହୋଇଥିବାବେଳେ ୫୦ଜଣ ମହିଳାଙ୍କ ସହିତ ଶତାଧିକ ଲୋକ ଗିରଫ ହେବାଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବୁଧବାର ଦିନ ପରୀକ୍ଷାମୂଳକ ଭାବେ ଗାଡ଼ି ଛଡ଼ା ଯାଇଛି। ଗାଡ଼ି ଚଳାଚଳ କରିଥିବାରୁ ଚାଳକମାନେ ଖୁସିବ୍ୟକ୍ତ କରିଥିବା ଠିକାସଂସ୍ଥା ଏଆରଏସ୍ଏସର ପ୍ରୋଜେକ୍ଟ ମ୍ୟାନେଜର ନିହାର ଦାସ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/0c98247c-81ae-416d-b51f-41f73509fbcb.jpg)