ହିତାଧିକାରୀଙ୍କୁ ଆଗୁଆ ମିଳିବ ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା, ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ବର:  ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଭତ୍ତା । ୩ ମାସର ଆଗୁଆ ଭତ୍ତା ପ୍ରଦାନ ନେଇ ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ହିତାଧୀକାରୀମାନେ ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ପାଇବେ । ମଧୁବାବୁ ପେନସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ମଧ୍ୟ ଆଗୁଆ ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଅନେକ ହିତାଧିକାରୀ ଉପକୃତ ହେବେ । ତେବେ ଦେଢ ଲକ୍ଷ ହିତାଧିକାରୀଙ୍କୁ ଇ-ପେମେଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯିବ । ଏହାସହ ଅନ୍ୟ ସମସ୍ତଙ୍କୁ ଘରେ ପେନସନ ଦିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର