ହିତାଧିକାରୀଙ୍କୁ ମିଳିବ ଆଗୁଆ ୩ ମାସର ଭତ୍ତା

ଭୁବନେଶ୍ବର : କରୋନା ପରିସ୍ଥିତିକୁ ଦୃଷ୍ଟି‌ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁ ବାବୁ ପେନ୍‌ସନ୍ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଖୁବ୍‌ଶୀଘ୍ର ଜୁନ୍, ଜୁଲାଇ ଓ ଅଗଷ୍ଟ ମାସର ଭତ୍ତା ଅଗ୍ରୀମ ଆକାରରେ ଦିଆଯିବ। ଦେଢ଼ ଲକ୍ଷ ହିତାଧିକାରୀଙ୍କୁ ଇ-ପେମେଣ୍ଟ୍‌ ମାଧ୍ୟମରେ ଓ ବାକି ସମସ୍ତଙ୍କୁ ଘରେ ପେନ୍‌ସନ୍ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୪୮ ଲକ୍ଷ ୫୬ ହଜାର ହିତାଧିକାରୀ ଏଥିରୁ ଉପକୃତ ହେବେ।

ସମ୍ବନ୍ଧିତ ଖବର