ମୈଦଲପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତଠାରେ ଭତ୍ତା ଟଙ୍କା ନେବାକୁ ଡାକରା ଆସିଥିଲା। କିନ୍ତୁ ଟଙ୍କା ନ ପାଇ ଫେରିଯାଇଥିବା କହିଛନ୍ତି ହିତାଧିକାରୀ । ଦୂରଦୂରାନ୍ତରୁ ପୁରୁଷ ମହିଳା ଭତ୍ତା ଟଙ୍କା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟାଳୟରେ କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା । ଯାହାକି ହିତାଧିକାରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା ।
ଦୀର୍ଘ ତିନି ଘଣ୍ଟା ସମୟ ପରେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ନ ମିଳିବାରୁ ଅସନ୍ତୋଷ ହୋଇ ସେମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ । ବର୍ଷାରେ ହିତାଧିକାରୀମାନେ ଟଙ୍କା ନପାଇ ମନ ଦୁଃଖରେ ଫେରିଯାଇଥିଲେ।
ମୈଦଲପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏପରି ବାରମ୍ବାର ହୋଉଥିବା ଅଭିଯୋଗ ହେଉଛି। ଆଗରୁ ଏମିତି ଅନେକ ଥର ଭତ୍ତା ପାଇଁ ଆସି ଫେରି ଯାଇଥିବା କହିଛନ୍ତି ଆସିଥିବା କେତେକ ମହିଳା ହିତାଧିକାରୀ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ନିରାଶ ହୋଇ ସେମାନେ ଫେରି ଯାଇଥିଲେ । ମୈଦଲପୁର ଠାରେ ବୁଧବାର ସାପ୍ତାହିକ ହାଟ ଥିବାରୁ ଭତ୍ତା ଟଙ୍କା ପାଇ ପନିପରିବା କିଣିବା ଆଶା ନେଇ ସେମାନେ ଆସିଥିଲେ। କିନ୍ତୁ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଗରିବ ନିରୀହ ଲୋକେ ନିରାଶ ହୋଇ ଫେରି ଯାଇଥିଲେ । ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।
Nabarangpur