ବିଶୋଇ: ପିଡିଏସ୍ ଚାଉଳ ଆଣିବାକୁ ଯାଇଥିବା ବେଳେ ସାଇକେଲରୁ ଟଳିପଡ଼ି ଜଣେ ହିତାଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବୁରୁଡ଼ିହି ହାତୀଛାଡ଼ ଗ୍ରାମର ଦୁଲା ହେମ୍ବ୍ରମ୍ (୪୫)। ଆଜି ଦିନ ପ୍ରାୟ ୧୦ଟା ସମୟରେ ଦୁଲା ଚାଉଳ ଆଣିବାକୁ ଖଡ଼ମବେଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଆଉ ଅଳ୍ପ ବାଟ ଥିବାବେଳେ ସାଇକେଲରୁ ଟଳି ପଡ଼ିଥିଲେ ଦୁଲା। ସ୍ଥାନୀୟ ଲୋକେ ସରପଞ୍ଚ ସମ୍ବାରୀ ସିଂଙ୍କ ସହାୟତାରେ ତାଙ୍କୁ ଅଚେତ ଅବସ୍ଥାରେ ଏକ ଅଟୋ ଯୋଗେ ବିଶୋଇ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଲାଙ୍କ ମୃତ୍ୟୁ ଅଂଶୁଘାତ କିମ୍ବା ହୃଦ୍ଘାତ କାରଣରୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।
ପିଡିଏସ୍ ଚାଉଳ ନେବାକୁ ଆସି ଟଳିପଡ଼ିଲେ ହିତାଧିକାରୀ
/sambad/media/post_attachments/wp-content/uploads/2022/03/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)