ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଘର ପାଇଁ ମିଳିବ ୨ଲକ୍ଷ, ଉପକୃତ ହେବେ ୨୨,୨୨୪ ହିତାଧିକାରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଣିକି ୨ଲକ୍ଷ ଟଙ୍କା ମିଳିବ। ଏଥି ପାଇଁ କେନ୍ଦ୍ର ସରକାର ଦେଢ଼ ଲକ୍ଷ ଟଙ୍କା ଦେବାକୁ ଥିବା ବେଳେ, ରାଜ୍ୟ ସରକାର ୫୦ ହଜାର ଟଙ୍କା ଦେବେ। ସଚିବାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରାଜ୍ୟର ୩୦ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରୁ ସମୁଦାୟ ୨୨,୨୨୪ ହିତାଧିକାରୀ ଉପକୃତ ହେବେ ବୋଲି ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର