ସମାନୁପାତିକ ଅନୁଦାନ ଘୋଷଣା, ଉପକୃତ ହେବେ ୮୩୪୪ କର୍ମଚାରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ ୩୧.୧୨.୧୭ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଅନୁଦାନ ପାଇଥିବା ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ୨୦୧୭ ଅନୁଦାନ ଆଦେଶ ଅନୁଯାୟୀ ଗତ ଜାନୁଆରି ୧ ତାରିଖରୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୩ ଆଦେଶ ଅନୁଯାୟୀ ୩୧.୧୨.୧୭ ତାରିଖ ସୁଦ୍ଧା ୪୦, ୬୦ ଓ ୭୫ ପ୍ରତିଶତ ଅନୁଦାନ ପାଉଥିବା ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ସରକାର ସଂଶୋଧିତ ଅନୁଦାନ ଆଦେଶ ମୁତାବକ ଗତ ଜାନୁଆରି ୧ ତାରିଖରୁ ସମାନୁପାତିକ ଅନୁଦାନ ପାଇବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ୮୦୪ଟି ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ପ୍ରାୟ ୮୩୪୪ଜଣ କର୍ମଚାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତିି।

ସମ୍ବନ୍ଧିତ ଖବର