ବଙ୍ଗଳା ଭାଷାଭାଷୀଙ୍କୁ ଅଶ୍ଲୀଳ ଗାଳିଗୁଲଜ ଘଟଣା: ମାଲକାନଗିରି ଥାନାରେ ଏତଲା ଦେଲେ ବଂଗୀୟ ସମାଜ

ମାଲକାନଗିରି: ଗତକାଲି ସଂଧ୍ୟାରେ ମାଲକାନଗିରିର ଜନୈକ ବଙ୍ଗୀୟ ବ୍ୟକ୍ତି ଅସିତ ମଣ୍ଡଳଙ୍କୁ ଅଶ୍ଲୀଳ ଭାଷାରେ ବଙ୍ଗାଳୀ କହି ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି ।  ଶାସକ ଦଳର ଜଣେ ସ୍ଥାନୀୟ ଆଗଧାଡିର କର୍ମୀ ମନୋଜ ପଟ୍ଟନାୟକଙ୍କ ନାମରେ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ତାଙ୍କ ଦଳର ନେତାଙ୍କୁ ନେଇ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଲେଖିବା ପରେ ଉଗ୍ର ହୋଇ ଗାଳିଗୁଲଜ ସେ ଏପରି ଗାଳିଗୁଲଜ କରିଥିଲେ ବୋଲି କୁହାଯାଇଛି।

ବଙ୍ଗଳା ଭାଷାଭାଷୀଙ୍କୁ ରେଫ୍ୟୁଜି କହି ଗାଳିଗୁଲଜ କରିବା ନେଇ ଏକ ଅଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଏହି ଅଡିଓକୁ ନେଇ ବଙ୍ଗାଳୀ ସମାଜ ମାଲକାନଗିରି ଥାନାରେ ଏକ ଏତଲା ଦାୟର କରିଛନ୍ତି। ବଙ୍ଗାଳୀ ସମାଜର ସଭାପତି ଗୌରାଙ୍ଗ କର୍ମାକରଙ୍କ ନେତୃତ୍ବରେ ଶତାଧୀକ ବଙ୍ଗଳା ଭାଷାଭାଷୀ ଲୋକ ଥାନାରେ ଏକତ୍ରୀତ ହୋଇ ମନୋଜଙ୍କ ନାମରେ ଏତଲା ଦାୟର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ବଙ୍ଗାଳୀ ଭାଷାଭାଷୀଙ୍କୁ ଜାତିଗତ ଆକ୍ଷେପ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସେମାନେ ଏତଲାରେ ଦର୍ଶାଇଛନ୍ତି। ତେବେ ମନୋଜ ଯୁବ ବିଜେଡି ସଂଗଠନର ସୋସିଆଲ ମିଡିଆ ସଂଯୋଜକ ରହିଥିବାରୁ ତାଂକର ଏଭଳି ବ୍ୟବହାରରେ ଜିଲ୍ଲା ଯୁବ ସଭାପତି ତାଂକୁ ନିଳମ୍ବିତ କରିଥିବା ଜଣାପଡିଛି। ବଙ୍ଗାଳୀ ସମାଜର ସମସ୍ତ ଦଳର ଲୋକେ ଏକ ହୋଇ ମନୋଜ ବିରୋଧରେ ସ୍ବରତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା। ତେବେ ମନୋଜ କିନ୍ତୁ ତାଂକ ପ୍ରତିକ୍ରିୟା ରଖିନାହାନ୍ତି। ପୁଲିସ ଏନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକିରହିଲା।

ସମ୍ବନ୍ଧିତ ଖବର