ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ୍ ନୁଷାଡିହି ଗ୍ରା.ପର ଗୋପୀନାଥପୁର ଗ୍ରାମବାସୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନାର ଦ୍ୱାରସ୍ଥ ହେଲେ। ଗୋପୀନାଥପୁର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗତ ୧୮ ଅପ୍ରେଲରେ ଗୋପିନାଥପୁର ଗ୍ରାମର ଗ୍ରାମବାସୀମାନେ ନୁଷାଡିହି ଗ୍ରାମରେ ଥିବା ଗ୍ରା.ପ କାର୍ଯ୍ୟାଳୟକୁ ରାସନ ସାମଗ୍ରୀ ଆଣିବାକୁ ଯାଇଥିଲେ। ତେବେ କାର୍ଯ୍ୟାଳୟ ଭିତରେ ୭୦ ରୁ ଅଧିକ ଗ୍ରାମବାସୀ ମାନେ ଥିବା ସମୟରେ ୱାର୍ଡମେମ୍ବର ଆରସୁମଣୀ ହେମ୍ବ୍ରମ,ଗିରିସ୍ ହେମ୍ବ୍ରମ୍,ମାଇନ ସୋରେନ, ଚମ୍ପା ସୋରେନ୍, ପୁରୁଷତତମ ପାତ୍ର ପ୍ରମୁଖ ତାଙ୍କୁ ବାହାର ପଟୁ ତାଲା ମାରିଦେଇଥିଲେ। ଫଳରେ ଭିତରେ ଥିବା ପୁରୁଷ, ମହିଳା ଓ ଶିଶୁ ମାନେ ଭୋକ, ଶୋଷରେ ୮ ଘନ୍ଟା ଧରି ବନ୍ଦି ହୋଇ ଭିତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ପରେ ସରପଂଚ ଦୂର୍ଗାଚରଣ ହେମ୍ବ୍ରମଙ୍କୁ ଫୋନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

Advertisment

ତେବେ ଦୀର୍ଘ ୮ ଘଣ୍ଟା ପରେ ତାଲା ଖୋଲିବା ପରେ ଗ୍ରାମବାସୀମାନେ ବାହାରକୁ ବାହାରିଥିଲେ। ଯେଉଁମାନେ ତାଲା ମାରିଥିଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଗୋପିନାଥପୁର ଗ୍ରାମର ଶତାଧିକ ଗ୍ରମବାସୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ପହଂଚି ଦାବିପତ୍ର ପ୍ରଦାନ କରିଥିଲେ। ଥାନା ପକ୍ଷରୁ ତଦନ୍ତ ପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଥାନାରୁ ଘରକୁ ଫେରିଥିଲେ। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଗୋପୀନାଥପୁର ଗ୍ରାମର ୱାର୍ଡମେମ୍ବର ନାରାୟଣ ହେମ୍ବ୍ରମ, ୱାର୍ଡମେମ୍ବର ମାନି ସୋରେନ୍, ବିଷ୍ଣୁ ନାଏକ, ବିଶୁନାଥ ଟୁଡୁ, ଗୋରାରାମ୍ ସୋରେନ୍, ଦୀନବନ୍ଧୁ ପାତ୍ର, ବାଘରାୟ ଟୁଡୁ, ଧନଞୟ ଟୁଡୁ, ଛତର୍ ମାଝୀ, ବାରିଆଲ୍ ମାରାଣ୍ଡିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲୋ