ସାଢ଼େ ଚାରି କୋଟିର ବେଣୀପୁର ଘେରିବନ୍ଧ ଭା˚ଗିବା ଘଟଣା : ବିଭାଗୀୟ ଯନ୍ତ୍ରୀ ବାଉଳା, କାଲି ଦାୟୀ କରିଥିଲେ ସରୀସୃପଙ୍କୁ; ଆଜି କଲେ ଲୋକଙ୍କୁ…

କେନ୍ଦ୍ରାପଡ଼ା : କାମ ସରିବାର ମାତ୍ର ଆଠ ମାସ ଭିତରେ ସାଢେ଼ ଚାରି କୋଟିର ଡେରାବିଶ ବେଣିପୁର ଘେରିବ˚ଧ ଭା˚ଗିବା ଘଟଣାକୁ ନେଇ ଗତକାଲି କେନ୍ଦ୍ରାପଡ଼ା ଜଳସ˚ପଦ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ ସାପ, ବେଙ୍ଗକୁ ଦୋଷ ଦେଇଥିଲେ। କହିଥିଲେ, ସରୀସୃପ ମାନେ କଣା କରିଦେବାରୁ ବ˚ଧ ଭା˚ଗିଗଲା। ନିର୍ବାହୀ ଯନ୍ତ୍ରୀଙ୍କ ଏପ୍ରକାର ଅଜବ ଯୁକ୍ତିକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଜି ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦେଶ୍ବର ବେହେରା ଆଉ ଗୋଟିଏ ପାଦ ଆଗକୁ ବଢ଼ିଯାଇଛନ୍ତି। ବ˚ଧ ଭା˚ଗିଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସେ ଦାୟୀ କରିଛନ୍ତି। କହିଛନ୍ତି, ସ୍ଥାନୀୟ ଲୋକ ଜାଗା ଛାଡ଼ିଲେ ନାହିଁ। ବ˚ଧ ଚଉଡ଼ା ହେଇପାରିଲାନାହିଁ। ତେଣୁ ପାଣି ଯେତେବେଳେ ଆସିଲା, ବ˚ଧ ନ ସମ୍ଭାଳି ଭ˚ଗିଗଲା ବୋଲି ଶ୍ରୀ ବେହେରା ଯୁକ୍ତି ବାଢ଼ିଛନ୍ତି।

ନାବାର୍ଡ ସହାୟତାରେ ଏହି ଘେରିବ˚ଧ କାମ ହୋଇଥିଲା। ବେଣୀପୁର ଘେରୀବ˚ଧ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ(ବୁରୁଜ ପୁନଃ ନିର୍ମାଣ ଓ ପଥର ପ୍ୟାକି˚) ନାଁରେ ୪କୋଟି ୫୦ଲକ୍ଷ ୧୫ହଜାର ୧୭୦ଟଙ୍କା ଖର୍ଚ୍ଚ ହୋଇଥିଲା। ଜଳସ˚ପଦ ବିଭାଗ ୨୦୧୮, ଡିସେମ୍ବର ୨୪ତାରିଖରୁ କାମ ଆରମ୍ଭ କରି ୨୦୧୯, ଡିସେମ୍ବର ୨୩ ତାରିଖରେ ଶେଷ କରିଥିଲାବେଳେ ନିର୍ମାଣ ଦାୟିତ୍ବ ଠିକାଦାର ବିନୟ ଭୂଷଣ ନାୟକଙ୍କୁ ଦିଆଯାଇଥିଲା। ମାତ୍ର ବର୍ଷକ ଭିତରେ ଶେଷ ହୋଇଥିବା ଏହି କାମ କିନ୍ତୁ ଏତେ ନିମ୍ନମାନର ହୋଇଥିଲା ଯେ ବିରୂପାରେ ଆସିଥିବା ପ୍ରଥମ ବନ୍ୟା ଜଳରେ ୬୦ଫୁଟ୍‌ରୁ ଅଧିକ ଆକାରର ବ˚ଧ ଗତ ଶୁକ୍ରବାର ଭା˚ଗିଯାଇଥିଲା। ଫଳରେ  ବେଣୀପୁରର ୫ଟି ଵାର୍ଡର ଅଢେ଼ଇ ହଜାରରୁ ଅଧିକ ଲୋକ ଗଲା ତିନି ଦିନ ହେବ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ବ˚ଧ ଭା˚ଗିଗଲା ବୋଲି ବେଣୀପୁରବାସୀ ଅଭିଯୋଗ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ପରିବର୍ତେ ଅତି ବିଚିତ୍ର ତଥା ଅଜବ ଯୁକ୍ତି ବାଢ଼ି ଉତ୍ତରଦାୟିତ୍ବ ଖସାଇ ଦେବାରେ ମାତିଛନ୍ତି। ଗତକାଲି ବ˚ଧ ଭାଗିବା ପାଇଁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ସରୀସୃପକୁ ଦାୟୀ କରି ଚର୍ଚ୍ଚାକୁ ଆସିଥିଲେ। ଆଜି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ପଚରାଯିବାରୁ ସେ ସ୍ଥାନୀୟ ଲୋକଙ୍କ ମୁଣ୍ତକୁ ଦୋଷ ଠେଲି ଦେଇଛନ୍ତି। ’ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବନ୍ଧ ତିଆରି ପାଇଁ ଯେତିକି ଜାଗା ଦରକାର ଥିଲା, ସେତିକି ସେଠାରେ ନ ଥିଲା। ଲୋକମାନେ ବନ୍ଧ କାମ ବେଳେ ଜାଗା ଛାଡ଼ିଲେ ନାହିଁ। ଆମେ ତ ବ୍ୟକ୍ତିଗତ ଜମିକୁ କାହାର ଜବରଦସ୍ତ ନେଇପାରିବୁ ନାହିଁ। ତେଣୁ ବନ୍ଧ ଯେତିକି ଚଉଡ଼ା ହେବା କଥା, ହେଇପାରିଲା ନାହିଁ। ପାଣି ଆସିବାରୁ ଭାଙ୍ଗିଗଲା। କେବଳ ସେତିକି ନୁହେଁ, ମାଟି ପରିବର୍ତେ ନଈର ବାଲିମାଟିରେ ବନ୍ଧ ତିଆରି ହୋଇଥିବା ଅଭିଯୋଗ ସ˚ପର୍କରେ ପ୍ରଶ୍ନ ହେବାରୁ ସେ ଏହାକୁ ଫାଙ୍କି ଦେବା ସହ ବାଲିରେ କଣ ବ˚ଧ ହୁଏ? ଏମିତିକି, ଘଟଣାର ତଦନ୍ତ ହେବ କି ବୋଲି ପ୍ରଶ୍ନ ହେବାରୁ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୨ଟା ଘାଈ ପଡ଼ିଲାଣି, ସେସବୁର କଣ ତଦନ୍ତ ହେବ ବୋଲି କହି ଶ୍ରୀ ବେହେରା ଓଲଟା ପ୍ରଶ୍ନ କରିଥିଲେ।

ଗୋଟିଏପଟେ ମାଟି ପରିବର୍ତେ ବ˚ଧ କଡ଼ ନଈରୁ ବାଲି ମାଟି ଅଣାଯାଇ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ବେଣୀପୁର ବାସୀ ଆରମ୍ଭରୁ ବରାବର ଅଭିଯୋଗ କରି ଆସୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଘଟଣାର ଯାଞ୍ଚ କଲେ ନାହିଁ। ଏବେ ଯେତେବେଳେ ମାତ୍ର ଆଠ ମାସରେ ବ˚ଧ ଭା˚ଗିଗଲା, ତାର ତଦନ୍ତ କରିବା ପରିବର୍ତେ ଓଲଟା ବିଭାଗୀୟ ଯନ୍ତ୍ରୀମାନେ ଅଜବ ଯୁକ୍ତି ବାଢ଼ି ଉତ୍ତରଦାୟିତ୍ବ ଖସାଇଦେବା ଘଟଣା କେବଳ ସାଧାରଣ ଲୋକଙ୍କୁ ଆଚମ୍ବିତ କରିଛି ତା ନୁହେଁ, ପରୋକ୍ଷରେ ଠିକାଦାର-ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଅଭିଯୋଗକୁ ଅଧିକ ଦୃଢ଼ୀଭୂତ କରୁଛି।

ସମ୍ବନ୍ଧିତ ଖବର