ମତଦାନ କଲେ ବାଲେଶ୍ୱର ସଦରର ଚର୍ଚ୍ଚିତ ସ୍ୱାଧୀନପ୍ରାର୍ଥୀ ବେଣୁଧର ବାରିକ୍

ଭୁବନେଶ୍ବର: ଆଜି ନେତା ବାଛୁଛି ବାଲେଶ୍ୱର ଓ ତିର୍ତୋଲ । ଦୁଇଟି ସ୍ଥାନରେ ଉପନିର୍ବାଚନ ପାଇଁ ସକାଳୁ ସକାଳୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ନିର୍ଦ୍ଧାରିତ ସମୟ ତଥା ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ । ତେବେ କରୋନା କଟକଣାକୁ ମାନି ଭୋଟ୍ ଦେଉଛନ୍ତି ମତଦାତା । ଏହିକ୍ରମରେ ବାଲେଶ୍ୱର ସଦରର ଚର୍ଚ୍ଚିତ ପ୍ରାର୍ଥୀ ତଥା ସ୍ୱାଧୀନପ୍ରାର୍ଥୀ ବେଣୁଧର ବାରିକ୍ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧି ପୁଲିଂ ବୁଥରେ ପ୍ରବେଶ କରି ମତଦାନ କରିବେ । ଏଥିପାଇଁ ସମସ୍ତ ଭୋଟରଙ୍କୁ ମାଗଣା ଗ୍ଲୋଭସ୍ ଯୋଗାଇ ଦିଆଯାଇଛି । ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ । ଅପରାହ୍ନ ୩ଟା ପରେ ସେମାନେ ମତଦାନ କରିବା ପାଇଁ କୁହାଯାଇଛି ।

ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା ରଖାଯାଇଛି । ଭୋଟର କେମିତି ଲାଇନରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ ଆଗୁଆ କଟକଣା ଜାରି କରାଯାଇଥିଲା । ଏହାକୁ ପାଳନ କରି ଏଥର ମତଦାନ ଚାଲିଛି । ଧାଡିରେ ଠିଆ ହେବାବେଳେ ଭୋଟର-ଭୋଟରଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର