ଭୁବନେଶ୍ବର: ବକେୟା ଦରମା କରାଇଦେବାକୁ କହି ଜଣେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଆଜି ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେଲେ ରଣଜିତ ଭୋଇ।
ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ରଣଜିତ ଭୋଇ ସ୍ଥାନୀୟ ଅଞ୍ଚଳର ଜଣେ ଶିକ୍ଷକଙ୍କର ବକେୟା ଦରମା କରାଇଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଶିକ୍ଷକ ଏବାବଦରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଏହା ପରେ ବିଇଓଙ୍କ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଅଭିେଯାଗକାରୀ ଶିକ୍ଷକ ଆଜି ୫୦୦୦ ଟଙ୍କା ଲାଞ୍ଚ ବିଇଓଙ୍କୁ ଦେବା ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ବିଇଓଙ୍କ ଠାରୁ ରଙ୍ଗ ବୋଳା ଟଙ୍କା ଜବତ ହୋଇଥିଲା। ଏବାବଦରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/4af33706-5c98-484b-a0a8-2cc39940ae72.jpg)