କଟକ : ବଡ଼ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ବ୍ରହ୍ମପୁର ଏସିଡ୍ ମାଡ଼ ଘଟଣାର ପୀଡ଼ିତାଙ୍କ ଆଖି ଏବେ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି। ଗତକାଲି ଆଖି ସାମାନ୍ୟ ଫୁଲିଯାଇଥିଲାବେଳେ ଆଜି ତାଙ୍କ ଆଖିରୁ ଅନବରତ ପାଣି ବାହାରୁଛି। ତେଣୁ ଚକ୍ଷୁ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ପ୍ରତି ୧୦ ମିନିଟ୍ରେ ଥରେ ଆଖିରେ ଔଷଧ ଦିଆଯାଉଛି। ଆସନ୍ତାକାଲିଠୁ ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରିଥିଲେ ବି ଚକ୍ଷୁର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ତଥାପି ଆଉ ଦିନେ ଦୁଇ ଦିନ ପରେ ଆଖିର ଅବସ୍ଥା ବିଷୟରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କୁହାଯାଇଛି।
ବ୍ରହ୍ମପୁର ପୀଡ଼ିତାଙ୍କ ଆଖି ସଂକ୍ରମିତ ହେଉଛି
/sambad/media/post_attachments/wp-content/uploads/2017/11/bam-acid-attack.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)