କଟକ : ବ୍ରହ୍ମପୁର ଏସିଡ୍ ଫିଙ୍ଗା ଘଟଣାର ପୀଡ଼ିତାଙ୍କ ଆଖି ସଂକ୍ରମଣ ହୋଇଥିଲାବେଳେ ଆଜି ତାଙ୍କ ଡାହାଣ ହାତ ଧିରେଧିରେ ଫୁଲିବା ଆରମ୍ଭ କରିଛି। ଆଜି ମଧ୍ୟ ଡାକ୍ତର ତାଙ୍କର ଆଖି ପରୀକ୍ଷା କରିଥିଲା ବେଳେ ସ୍ଥିତି ସ୍ଥିର ଥିବା କୁହାଯାଇଛି। କିନ୍ତୁ ଆଖିରୁ ପାଣି ବୋହିବା କମ୍ ହୋଇନାହିଁ। ପରୀକ୍ଷା ରିପୋର୍ଟ ଆସିବା ପରେ ଆଖି ବିଷୟରେ ଅଧିକ କିଛି କହିହେବ ବୋଲି ବର୍ଣ୍ଣ ୟୁନିଟ୍ର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କୁ ସର୍ଜରୀର ୩ନମ୍ବର କ୍ୟାବିନ୍ରେ ରଖାଯାଇ ଚିକିତ୍ସା କରାଯାଉଥିଲାବେଳେ ଆଜି ବର୍ଣ୍ଣ ୟୁନିଟ୍ ୧ନମ୍ବର କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି। ତଥାପି ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଚର୍ମ ଉପରେ ଏସିଡ୍ର ପ୍ରଭାବ କେତେ ମାତ୍ରାରେ ପଡ଼ିଛି ତାହା ଜଣା ପଡ଼ିଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମେଡିସିନ୍ ବିଭାଗ ଡାକ୍ତର ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବା ସୂଚନା ଦିଅଯାଇଛି।
ବ୍ରହ୍ମପୁର ପୀଡ଼ିତାଙ୍କ ଫୁଲୁଛି ହାତ; ବର୍ଣ୍ଣ କ୍ୟାବିନ୍କୁ ସ୍ଥାନାନ୍ତର
/sambad/media/post_attachments/wp-content/uploads/2017/11/acid-attack-victim.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)