ବଦଳିବ ବ୍ରହ୍ମପୁରର ପ୍ରସିଦ୍ଧ ମା’ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ରୂପରେଖ ସେବାୟତଙ୍କ ଉପସ୍ଥିତିରେ ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା Latestଗଞ୍ଜାମଜିଲ୍ଲା By Sambad Digital Last updated Jun 5, 2022 ସେୟାର ବ୍ରହ୍ମପୁର: ବଦଳିବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ରୂପରେଖ। ମନ୍ଦିର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ବହୁ ପୁରାତନ ମନ୍ଦିର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ରୂପରେଖ ବି ବଦଳିଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଗୁରୁତ୍ବ ଦେଇ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ସଂପ୍ରତି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ରୂପାନ୍ତରିତ କରିବା ସହ ପୁରାତନ ଓ ପ୍ରସିଦ୍ଧ ମନ୍ଦିର ଗୁଡିକର ସୌନ୍ଦର୍ଯ୍ୟୀକରଣ ସହ ନବକଳେବର କରିବା ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ରୂପରେଖ କଣ ରହିବ ସେନେଇ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଏଠାକୁ ଆସିଥାନ୍ତି। ମନ୍ଦିର ଆଖପାଖରେ ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କୁ ଥଇଥାନ କରାଯାଇ ମନ୍ଦିରର ଉନ୍ନତି ସହ ସୌନ୍ଦର୍ଯ୍ୟୀକରଣ କରାଯିବ ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ। ଏଥିନେଇ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ଆଗାମୀ ଦିନରେ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ ବୋଲି କହିଥିଲେ। ବିଧାୟକ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିଷ୍ଠିତ ପୀଠ ଗୁଡିକର ପୁନରୁଦ୍ଧାର କରିଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବା ଯୋଗୁଁ ମନ୍ଦିରର ଉନ୍ନତିକରଣ ପାଇଁ ଆସିଥିବା ଟଙ୍କା ୨୦୧୮ ମସିହାରେ ଫେରିଯାଇଥିଲା। ବୈଠକରେ ମନ୍ଦିରର କ’ଣ ସବୁ ସମସ୍ୟା ରହିଛି, ସେନେଇ ଆଲୋଚନା ହୋଇଥିଲା। ଉନ୍ନତିକରଣ ପାଇଁ ଯୋଜନା ଏବଂ ବଜେଟ୍ ପ୍ରସ୍ତୁତ କରାଯିବ ବୋଲି କହିଥିଲେ। ମନ୍ଦିର ଚାରିପଟକୁ ଜବରଦଖଲ ମୁକ୍ତ କରାଯିବା ସହ ଯାନବାହନ ଚଳାଚଳକୁ ପ୍ରାଥମିକତା ଦେଇ ମନ୍ଦିର ଉନ୍ନତିକରଣ ଉପରେ ଗୁରୁତ୍ବ ଦିଆଯିବ ବୋଲି କମିସନର କହିଥିଲେ। ବୈଠକରେ ସେବାୟତ ମାନେ ଉପସ୍ଥିତ ରହିଥିଲେ। ଆଜିର ପ୍ରଥମ ବୈଠକ ଯେଉଁ ଆଲୋଚନା ହୋଇଛି ତାହା ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ସରକାରଙ୍କ ପକ୍ଷରୁ ମନ୍ଦିର ଉନ୍ନତିକରଣ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଥିଲେ। ରାଜ୍ୟରେ ଯେପରି ମନ୍ଦିର ଗୁଡିକର ଉନ୍ନତିକରଣ ହେଉଛି ସେଭଳି ମା’ଙ୍କ ମନ୍ଦିର ମଧ୍ୟ ଉନ୍ନତି ହେବ ବୋଲି କମିସନର କହିଥିଲେ।