ବ୍ରହ୍ମପୁର: ପଥରରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ

ବ୍ରହ୍ମପୁର/ଛତ୍ରପୁର: ସୋମବାର ସକାଳେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି।

ମୃତ ମହିଳାଜଣକ ହେଉଛନ୍ତି ୩୬ ବର୍ଷୀୟ ନିଶାରାଣୀ। ସକାଳ ପ୍ରାୟ ୮: ୩୦ରେ ଘର ଭିତରେ ହିଁ ସ୍ୱାମୀ ଅବସରପ୍ରାପ୍ତ ସେନା କର୍ମଚାରୀ ୪୨ ବର୍ଷିୟ ବାବୁଲା ସେନାପତି ଖଣ୍ଡେ ପଥରରେ ମୁଣ୍ଡକୁ ଛେଚି ନିଶାରାଣୀଙ୍କୁ ହତ୍ୟା କରିଛନ୍ତି।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଦାମ୍ପତ୍ୟ କଳହ ବୋଲି ଶୁଣାଯାଉଛି।

ଖବର ପାଇ ଚମାଖଣ୍ଡ ପୁଲିସ ଘଟନାସ୍ଥଳରେ ପହଞ୍ଚିଛି।

ଅଭିଯୁକ୍ତ ବାବୁଲାଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

ସମ୍ବନ୍ଧିତ ଖବର