ବ୍ରହ୍ମପୁର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ ପରୀକ୍ଷାରେ ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୧ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୪୪ ଜଣ ଛାତ୍ର/ଛାତ୍ରୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ଅବତୀର୍ଣ୍ଣ ହୋଇଥିବା ମୋଟ ୩୪୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ୧ ଗ୍ରେଡ ଅର୍ଥାତ୍ ୯୦%ରୁ ଊର୍ଦ୍ଧ୍ୱରେ ୧୧୪ ଜଣ, ଏ୨ ଗ୍ରେଡର ଅର୍ଥାତ୍ ୮୦%ରୁ ଊର୍ଦ୍ଧ୍ୱରେ ୧୬୧ ଜଣ, ଏବଂ ବି୧ ଗ୍ରେଡର ଅର୍ଥାତ୍ ୭୦%ରୁ ଊର୍ଦ୍ଧ୍ୱରେ ୫୪ ଜଣ, ଉତ୍ତୀର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।

Advertisment

publive-image

ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ବିଶ୍ୱସ୍ବରୂପ ପାଢ଼ୀ ମୋଟ ୫୮୪ ମାର୍କ (୯୭.୩୩%), ଦ୍ୱିତୀୟ ସ୍ଥାନରେ ଯୁଗ୍ମ ଭାବରେ ଆଲିଶା ଶତପଥୀ ଓ ଅନିଷ କୁମାର ବେହେରା ମୋଟ ୫୮୩ ମାର୍କ (୯୭.୧୭%), ତୃତୀୟ ସ୍ଥାନରେ ସାଇସ୍ମିତା ଡାକୁଆ ମୋଟ ୫୭୭ ମାର୍କ (୯୬.୧୭%) ରଖି ଚତୁର୍ଥ ସ୍ଥାନରେ ଦେବଶିଷ ରଥ ମୋଟ ୫୭୬ ମାର୍କ (୯୬%), ପଂଚମ ସ୍ଥାନରେ ଯୁଗ୍ମ ଭାବେ ପ୍ରାଞ୍ଜଳୀ ପ୍ରଧାନ ଓ ସ୍ୱୟଂ ସୌରଭ ଦାସ ମୋଟ ୫୭୫ ମାର୍କ (୯୫.୮୩%), ଷଷ୍ଠ ସ୍ଥାନରେ ଆଇଷା କୁମାରୀ ସ୍ୱାଇଁ ମୋଟ ୫୭୩ ମାର୍କ (୯୫.୫୦%), ସପ୍ତମ ସ୍ଥାନରେ ସମ୍ଭାରୀ ସାଇ ଦିବ୍ୟା ମୋଟ ୫୭୨ ମାର୍କ (୯୫.୩୩%), ଅଷ୍ଟମ ସ୍ଥାନରେ ସ୍ୱୟଂ ପ୍ରଜ୍ଞା ତ୍ରିପାଠୀ ମୋଟ ୫୭୧ ମାର୍କ (୯୫.୧୭%), ନବମ ସ୍ଥାନରେ ମିଳିତଭାବେ ଆଲିଶା ରାଣୀ ବିଶୋୟୀ, ହୃଷୀକେଶ ନାୟକ, ଜୋଗଜନ୍ମା ପାଣୀଗ୍ରାହୀ, ଶୁଭଜିତ ସାହୁ, ରଚିତା ପୃଷ୍ଟି ମୋଟ ୫୭୦ ମାର୍କ (୯୫%) ଓ ଦଶମ ସ୍ଥାନରେ ଯୁଗ୍ମ ଭାବେ ବିଶ୍ୱଜିତ ବେହେରା, ସତ୍ୟଜିତ ପଣ୍ଡା ଓ ସତ୍ୟବ୍ରତ ସାହୁ ମୋଟ ୫୬୯ ମାର୍କ (୯୪.୮୩%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ବିରଳ ସଫଳତା ହାସଲ କରିଛନ୍ତି ।

publive-image

ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଜିବାନନ୍ଦ ତ୍ରିପାଠୀ, ଉପସଭାପତି ରବୀନ୍ଦ୍ରନାଥ ଜେନା, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ସୋମନାଥ ନନ୍ଦ, ସଦସ୍ୟା ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ମମତା ପାଣିଗ୍ରାହୀ, ଧର୍ମରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ଓ ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ୍‌. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ
ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।