ବ୍ରହ୍ମପୁର ବିଧାନସଭା କ୍ଷେତ୍ର : ସ୍ଥିତି ଜଟିଳ, ଚିତ୍ର ଅସ୍ପଷ୍ଟ

ବ୍ରହ୍ମପୁର (ପ୍ରଦୀପ ସାହୁ): ବିଜେଡି, ବିେଜପି ଏବଂ କଂଗ୍ରେସ ତିନି ପ୍ରମୁଖ ଦଳରେ ବଢିବାରେ ଲାଗିଛି ଆଶାୟୀଙ୍କ ସଂଖ୍ୟା। ଏମିତି େଯ କିଏ େକଉଁ ଦଳରୁ ପ୍ରାର୍ଥୀ ହେବେ ସେହି ଚିତ୍ର ଅଦ୍ୟାବଧି ଅସ୍ପଷ୍ଟ ରହିଛି। ଏଥିସହିତ ବ୍ରହ୍ମପୁର ବିଧାନସଭା ଆସନକୁ ନେଇ ରାଜନୈତିକ ଉଷ୍ମତା େଯତିକି ବଢିବାରେ ଲାଗିଛି, ନିର୍ବାଚନ ଗଣିତ େସତିକି ଜଟିଳ ଧରିଲାଣି। କାରଣ କେଂଗ୍ରସ ଶିବିରରେ ରହି ବିେଜଡି ପାଇଁ ଚିନ୍ତାର କାରଣ ସାଜୁଥିବା ଦୁଇ ପ୍ରମୁଖ େନତା ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡା ଏବେ ବିେଜଡିରେ ଅଛନ୍ତି। େସହିଭଳି ବିେଜପିର ବରିଷ୍ଠ େନତା ରାମଚନ୍ଦ୍ର ପଣ୍ଡା ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ େନତୃତ୍ବକୁ ସ୍ବୀକାର କରି ବିେଜଡିରେ। ଏହା ସତ୍ତ୍ବେ ଏହି ଆସନ ଏକତରଫା ଭାବେ ବିେଜଡି ହାତରେ ରହିବା ନା ନିର୍ବାଚନ ପ୍ରକ୍ରିୟାରେ ସବୁଥର ଭଳି ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ।

୧୯୯୦ ମସିହାରେ ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲା ଜନତା ଦଳ । ବର୍ତମାନର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୧୯୯୫ ମସିହାରେ ଜନତାଦଳରୁ ନିର୍ବାଚନରେ ଜିତିବା ପରେ ଗୁରୁତ୍ବପୂର୍ଣ୍ଣ ଏହି ଆସନର ଭାଗ୍ୟ ଅଣକେଂଗ୍ରସ ହାତରେ ରହିଆସିଛି। ଶ୍ରୀ ଚ୍ୟାଉ ପଟ୍ଟନାୟକ ମଧ୍ୟ କ୍ରମାଗତ ଭାବେ ପାଞ୍ଚଥର ଏହି ଆସନରୁ ଜିତିଛନ୍ତି। ୧୯୯୫ ମସିହାରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ଅଲେଖ ଚୌଧୁରୀଙ୍କୁ ୪୨୩୩ଖଣ୍ଡ ଭୋଟରେ ପରାଜିତ କରିଥିଲେ ଡାକ୍ତର ଚ୍ୟାଉ ପଟ୍ଟନାୟକ। ୨୦୦୦ ମସିହାରେ ଚନ୍ଦ୍ରଶେଖର ସାହୁଙ୍କୁ (୧୯୮୬) ଓ ଗତ ୩ଟି ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ (୨୦୦୪ରେ ୨୬୫୫ ଖଣ୍ଡ, ୨୦୦୯ରେ ୩୮୪୪ ଏବଂ ୨୦୧୪ରେ ୧୦୩୯ ଖଣ୍ଡ େଭାଟ) ସେ ପରାସ୍ତ କରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲର ହିସାବ ଅନୁସାରେ, ଗତ ଦୁଇଟି ନିର୍ବାଚନରେ ସେଠାରେ ବିେଜପି ତୃତୀୟ ପକ୍ଷ ଭାବେ ଉଭା େହାଇଛି। ୨୦୧୪ ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମର ପ୍ରାକ୍ତନ ମେୟର ଶିବଶଙ୍କର ଦାସ(ପିଣ୍ଟୁ) ଶେଷ ମୁହୂର୍ତ୍ତ ବିଜେଡି ଛାଡି ବିେଜପିରେ ‌ଯୋଗଦେଇଥିଲେ। ସେ ୨୪୦୯୨ ଖଣ୍ଡ ଭୋଟ ପାଇଥିଲେ। ତା ସତ୍ତ୍ବେ ବି ନିର୍ବାଚନ ଗଣିତରେ େସଭଳି କୌଣସି ଆଖିଦୃଶିଆ ପରିବର୍ତନ ପରିଦୃଷ୍ଟ େହାଇନାହିଁ।

୨୦୧୯ ନିର୍ବାଚନ କିନ୍ତୁ ବ୍ରହ୍ମପୁର ଆସନର ରାଜନୈତିକ ଚିତ୍ରକୁ ପୂରାପୁରି ବଦଳାଇ େଦଇଛି। େଯଉଁମାେନ ଏକଦା ଶତ୍ରୁ ପକ୍ଷର େନତୃତ୍ବ େନଉଥିଲେ, ସେମାନେ ପଟ୍ଟ ପରିବର୍ତନ କରିଛନ୍ତି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଲେଖ ଚୌଧୁରୀ କଂଗ୍ରେସ ଦଳ ଛାଡି ଏବେ ବିଜେଡିରେ। ୨୦୧୮ ଏପ୍ରିଲ ୪ ତାରିଖରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଯୁବନେତା ବିକ୍ରମ ପଣ୍ଡାଙ୍କ ସମେତ ବହୁ ତୁଙ୍ଗନେତା କଂଗ୍ରେସ ହାତ ଛାଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇସାରିଛନ୍ତି। କଂଗ୍ରେସର ତିନି ତୁଙ୍ଗ େନତା ବିଜେଡିରେ ‌ଯୋଗ ଦେବା ପରେ ବ୍ରହ୍ମପୁର ସହରରେ କଂଗ୍ରେସ ଏକରକମ ଅସ୍ତିତ୍ବ ହରାଇଛି େବାଲି େଗାଟିଏ େଗାଷ୍ଠୀ ଦାବି କରୁଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ େଯଉଁ ଚିତ୍ର ଆଙ୍କୁଛନ୍ତି, େସଥିରେ ବିଜେଡି‌ ଦୁଇ ଗୋଷ୍ଠୀ ଅର୍ଥାତ ପୁରୁଣା ବିଜେଡି ଓ ନୂଆ ବିଜେଡିରେ ପରିଣତ ହୋଇଛି ଓ ନିର୍ବାଚନ ଅଙ୍କ େରାଚକ େମାଡ଼ରେ ପହଞ୍ଚିଛି। ୨୦୧୪ ନିର୍ବାଚନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଟିକେଟ ପାଇବା ନେଇ ଅନିଶ୍ଚିତତା ରହିଥିଲା। ଏଥର ଚିତ୍ର ବି େସମିତି। ଅର୍ଥାତ୍ ବିେଜଡି ଟିକେଟରେ ପ୍ରାର୍ଥୀ େହବା ଲାଗି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୁବନେତା ବିକ୍ରମ ପଣ୍ଡା, ଚନ୍ଦ୍ର‌ଶେଖର ସାହୁ ଏବଂ ଅଲେଖ ‌ଚୌଧୁରୀ ପ୍ରମୁଖ ଆଶାୟୀ ତଥା ଦାବିଦାର ରହିଛନ୍ତି।

ଅନ୍ୟପକ୍ଷରେ ବିେଜପିରୁ ଗତଥର ଲଢିଥିବା ପ୍ରାକ୍ତନ ମେୟର ଶିବଶଙ୍କର ଦାସ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପଡିଛନ୍ତି। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଛି। ରାଜନୀତିର ପଶାପାଲିରେ ତାଙ୍କୁ ଷଡଯନ୍ତ୍ର କରି ଫଶାଯାଇଥିବା ତାଙ୍କ ସମର୍ଥକମାେନ ଦାବି କରୁଛନ୍ତି। ସେ ମେୟର ଥିବା ସମୟରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ସେ ଲୋକଙ୍କ ନିକଟରେ ରହିଛନ୍ତି ଓ ଅସୂୟା େହାଇ ଶାସକ ଦଳ ତାଙ୍କୁ ଏପରି ମାମଲାରେ ଛନ୍ଦି ବାଟ ଓଗାଳୁଥିବା େସମାନଙ୍କର ମତ। ଏହା ସତ୍ତ୍ବେ ବ୍ରହ୍ମପୁର ଆସନ ଲାଗି ଦଳର ସେ ପ୍ରମୁଖ ଦାବିଦାର େବାଲି କୁହାଯାଉଛି। ତାଙ୍କ ବ୍ୟତୀତ ଜିଲା ସଭାପତି କାହ୍ନୁଚରଣ ପତି, ଶିଶିର ପାଢୀଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ରହିଛି।

ବ୍ରହ୍ମପୁରରେ ଧୂଳିସାତ ହୋଇଥିବା କଂଗ୍ରେସ ନେତୃତ୍ବ ସଙ୍କଟରୁ ମୁକୁଳିପାରିନାହିଁ। କିନ୍ତୁ ଗତ ୧୪ତାରିଖ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଙ୍ଗ କମିଟି ସଦସ୍ୟଙ୍କ ନିକଟରେ ଦଳ ପକ୍ଷରୁ ୬ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ। ପୂର୍ବତନ ମନ୍ତ୍ରୀ କୃଷ୍ଣଚରଣ ପଟ୍ଟନାୟକଙ୍କ ପୁଅ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ ଏବଂ ପ୍ରମୋଦ ଜେନା ଚର୍ଚ୍ଚାରେ ରହିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ             ପ୍ରମୁଖ ପ୍ରାର୍ଥୀ                          ଭୋଟ
ବିଜେଡି         ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ     ୪୩,୨୧୧
କଂଗ୍ରେସ        ବିକ୍ରମକୁମାର ପଣ୍ଡା                  ୪୨,୧୭୨
ବିଜେପି         ଶିବଶଙ୍କର ଦାଶ                     ୨୪,୦୯୨
ନୋଟା          ………                             ୧,୦୨୯

ସମ୍ବନ୍ଧିତ ଖବର