ଭଂଜନଗର: ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ମୁଜାଗଡ଼ ପଂଚାୟତରେ ହାତୀ ପାଇଁ ବିଦ୍ୟୁତ୍ କାଟ ହୋଇଥିବା ପ୍ରତିବାଦରେ ଶହ ଶହ ଜନତା ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି।
/sambad/media/post_attachments/wp-content/uploads/2021/10/391f1d47-47cf-4aab-b6f4-a13b9e6d5b15-1024x576.jpg)
ସୂଚନାଯୋଗ୍ୟ ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ଓ ଆଖପାଖ ଅଂଚଳରେ ଗଲା ୨ ସପ୍ତାହ ଧରି ୧୭ଟିକିଆ ହାତୀପଲ ଘୁରି ବୁଲୁଛନ୍ତି। ସେମାନଙ୍କର ସୁରକ୍ଷା ପାଇଁ ବନ ବିଭାଗର ସୂଚନା ପ୍ରକାରରେ ବିଦ୍ୟୁତ୍ କାଟ ହେଉଥିଲା। ସନ୍ଧ୍ୟା ସମୟ ପରଠାରୁ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍କୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିଲେ ବି ରାସ୍ତା ଅବରୋଧ ଜାରି ରହିଛି।
ମୁଜାଗଡ ବନାଞ୍ଚଳରେ ଉପଦ୍ରବ କରୁଛନ୍ତି ୧୭ ଟିକିଆ ହାତୀପଲ। ପ୍ରତିଦିନ ହାତୀପଲକୁ ଜଙ୍ଗଲକୁ ଘଉଡାଇବାକୁ ନୟାନ୍ତ ହେଉଛନ୍ତି ବନ ବିଭାଗ କର୍ମଚାରୀ। ସଂନ୍ଧ୍ୟା ନହେଉଣୁ ହାତୀଙ୍କ ଗତି ବିଧି ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କ ସୂଚନା ପ୍ରକାରେ ହାତୀ ଘଉଡାଇବା ପାଇଁ ପହଁଞ୍ଚି ଯାଉଛନ୍ତି। ଗତ ଦୁଇ ସପ୍ତାହ ଧରି ଏହି ହାତୀ ପଲ ବିଭିନ୍ନ ଧାନ ଖେତରେ ପଶିଥିବା ବେଳେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ରାତିରେ କିଛି ଚାଷୀ ଗଛ ଉପରେ ମଞ୍ଚା କରି କ୍ଷେତକୁ ଜଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ପରିବା ଚାଷ ପାଇଁ କରାଯାଇଥିବା ବାଡକୁ ଭାଙ୍ଗିବା ସହ ଅନେକ କ୍ଷେତକୁ ହାତୀ ପଲ ଦଳି ଦେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/42149421-3f3d-47f6-90b2-b9adfe818400.jpg)