ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କରୋନା ପଜିଟିଭ୍ ହୋଇଛନ୍ତି। କିନ୍ତୁ ତାଙ୍କର କୌଣସି ଗୁରୁତର ଲକ୍ଷଣ ନଥିବା ଜଣାପଡ଼ିଛି। ଆଜି ସଂଧ୍ୟାରେ ସେ କରୋନା ପରୀକ୍ଷା କରିଥିଲେ। କିଛି ସମୟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ବିଧାୟକ ପଣ୍ଡା ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କୋଭିଡ୍ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି।
/sambad/media/post_attachments/wp-content/uploads/2020/09/tweet.jpg)
ଗତ ୭ଦିନ ତଳେ ତାଙ୍କର ବାପା କିଶୋର ପଣ୍ଡା ଓ ମା’ ସୁକାନ୍ତିଦତ୍ତା ପଣ୍ଡାଙ୍କ କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ ନମୁନା ପଜିଟିଭ୍ ଆସିଥିଲା। ଏହି ସମୟରେ ବିଧାୟକ ପଣ୍ଡା ଭୁବନେଶ୍ବରରେ ଥିଲେ। ଏହି ଖବର ପାଇ ସେ ବ୍ରହ୍ମପୁର ଆସିଥିଲେ। ହେଲେ ଘରକୁ ଯାଇ ନ ଥିଲେ। ସେ ସର୍କିଟ୍ ହାଉସ୍ରେ ରହିଥିଲେ। ଆଜି ସଂଧ୍ୟାରେ ବିଧାୟକ ପଣ୍ଡା ତାଙ୍କ କୋଭିଡ୍ ପରୀକ୍ଷା କରିଥିଲେ। ତାଙ୍କର ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ଏହି ଖବର ପ୍ରଚାରିତ ହେବା ପରେ ବହୁ ବିଜେଡି ନେତା ଓ କର୍ମୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bikram-panda.jpg)