ଭୁବନେଶ୍ବର : ପଦ୍ମ ପୁରସ୍କାର ପାଇଁ ମନୋନୀତ ୪ ଜଣ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ୍ କରି ସେ କହିଛନ୍ତି ଯେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିଭାଙ୍କୁ ସର୍ବୋତ୍କୃଷ୍ଟ ସମ୍ମାନ ଦେଇଛନ୍ତି। ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡ଼ିଆଙ୍କ ପାଇଁ ଓଡ଼ିଶାବାସୀ ଗର୍ବିତ। ପଦ୍ମ ପୁରସ୍କାର ଆଜି ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ମାନ୍ୟତା ଦେଉଛି। ଦେଶବାସୀ ସେମାନଙ୍କ ସଫଳତାକୁ ମର୍ମେ ମର୍ମେ ଅନୁଭବ କରିବା ସହ ପ୍ରଶଂସା କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp