ଭୁବନେଶ୍ବର : ଭୁବନେଶ୍ୱରର ୟୁନାଇଟେଡ୍ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ(ୟୁଏସ୍ବିଏମ୍) ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଗୁଣାତ୍ମକ ଶିକ୍ଷା, ଉନ୍ନତ ଭିତ୍ତିଭୂମି ଓ ସଫଳ ନିଯୁକ୍ତି ପାଇଁ ମୁମ୍ବାଇସ୍ଥିତ ଏମିନେଣ୍ଟ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଗତ ମାସରେ ଦିଲ୍ଲୀରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୟୁଏସ୍ବିଏମ୍ କଲେଜକୁ ଏଜୁକେସନାଲ ପ୍ରାଇଡ୍ ଆୱାର୍ଡ ୨୦୨୨ ପ୍ରଦାନ କରାଯାଇଛି।
ପୁରସ୍କାର ପ୍ରଦାନ ଉତ୍ସବରେ ବଲିଉଡ୍ର ବିଶିଷ୍ଟ କଣ୍ଠଶିଳ୍ପୀ ଅନୁ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନ ତରଫରୁ ନିର୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟଙ୍କ ପ୍ରତିନିଧି ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗର ବରିଷ୍ଠ ଅଧ୍ୟାପକ ସମୀର କୁମାର ପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ଏମିନେଣ୍ଟ ରିସର୍ଚ୍ଚ ପକ୍ଷରୁ ଦେଶର ପ୍ରସିଦ୍ଧ ହସ୍ପିଟାଲ, ହୋଟେଲ, ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଓ ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।