ବେତନଟୀ:  ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା। ମିଳିଥିବା ସୂଚନା ଅନୁଯାୟୀ, ଆଜି ଝାଡ଼ଖଣ୍ଡର ଗୋଟିଏ ହାତୀପଲ ଅସନମଣି ରିଜର୍ଭରେ ପଶି ଆସିଛନ୍ତି । ଏଥିରେ ୭୦ରୁ ଅଧିକ ହାତୀ ଥିବା ଜଣାଯାଇଛି। ଏହି ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସାଙ୍ଗକୁ ଘର ଭାଙ୍ଗିବା ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି । ଆଗରୁ ମେରଦା ରଜର୍ଭରେ ୫୧ଟି  ହାତୀ ପଶିଛନ୍ତି। ଏହାଫଳରେ ଶହଶହ ଏକର ଧାନ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି।

Advertisment

ହାତୀପଲଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ବେତନଟୀ ବ୍ଲକର ଯୁଗଳ ପଞ୍ଚାୟତର କରଦାଦା ଓ ଧଡ଼ାସାହି ଗ୍ରାମର ଲୋକେ ଗାଁ ଛାଡ଼ିଛନ୍ତି। ଏହି ପ୍ରସଙ୍ଗକୁ ବିଧାନସଭାରେ ବଡ଼ସାହି ବିଧାୟକ ରାଜ କିଶୋର ଦାସ ଏବଂ ମୁରୁଡ଼ା ବିଧାୟକ ବିଧାୟକ ସନାତନ ବିଜୁଳି ବିଧାସଭାରେ ଉତଥାପନ କରୁ ନଥିବା ଯୋଗୁଁ ସେହି ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ପରିଲକ୍ଷିତ ହେଉଛି।

publive-image image source-the financial express

ସୂଚନାଯୋଗ୍ୟ,ଗତ କିଛି ଦିନ ହେବ କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଫସଲ ପାକଳ ହୋଇ ରହିଥିବା ବେଳେ ଏଯାଏଁ ଅମଳ ହୋଇନାହିଁ । ହାତୀପଲ ବିଲ ଭିତରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ହାତୀପଲ ଏହି ଅଞ୍ଚଳରେ ବହୁ ପରିମାଣରେ ଧାନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ।