ବୁର୍ଲା: ଗ୍ରେଟର ନୋଏଡ଼ା ବୁଦ୍ଧ ଇଣ୍ଟର ନ୍ୟାସନାଲ ସର୍କିଟ ଓ ଗଲ୍‌ଗୋଟିୟସ୍‌ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଫର୍ମୁଲା ଇମ୍ପେରିଏଲ୍ ୨୦୨୩ରେ ଭିସୁଟ୍‌ର ଏସ୍‌ଏଇ ଦଳର ରେସିଂ କାର୍ ‘ବୀର ରେସର୍ସ ଇଲେକଟ୍ରିକ୍’କୁ ସଫଳତା ମିଳିଛି। ଟ୍ରାକ୍‌ ରେସିଂ ଓ ବୈଦ୍ୟୁତିକ ଯାନ ଶ୍ରେଣୀରେ ଏହା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବରେ ଏହା ତୃତୀୟ ସ୍ଥାନ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ରେସିଂ କାର୍ ବୈଷୟିକ ଯାଂଚ, ଡ୍ରାଇଭର୍ସ ଏଗ୍ରେସ୍‌, ବ୍ରେକ୍ ଟେଷ୍ଟ୍‌ , ଟ୍ରାକ୍ ରେସିଂ ଟେଷ୍ଟ୍‌ ସହିତ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା।

Advertisment

ବୀର ରେସର୍ସ ଇଲେକଟ୍ରିକ୍ ରେସିଂ କାର ସମସ୍ତଙ୍କ ଆଶା ଅନୁରୂପ ଉଲ୍ଲେଖନୀୟ ଫଳାଫଳ ଆଣିଥିଲା। ଭିସୁଟ୍‌ ଏସ୍ଏଇ ଦଳର ନିରନ୍ତର ପ୍ରୟାସ ଓ ପ୍ରଚେଷ୍ଟା ଫଳରେ ଏହି ବୈଦ୍ୟୁତିକ ରେସିଂ କାର୍‌ଟି ନିର୍ମାଣ ହୋଇଥିଲା। ବୀର ରେସର୍ସ ଇଲେକଟ୍ରିକ୍ ଜିଉସ୍ ୧.୦ ମଡେଲ ଉପରେ ଉନ୍ନତି ଆଣିବା ସହିତ ଭବିଷ୍ୟତରେ ଫର୍ମୁଲା ଭାରତ ଇଭେଣ୍ଟରେ ଅଂଶଗ୍ରହଣ କରିବା ଏସ୍ଏଇ ଦଳର ପରବର୍ତ୍ତୀ ଲକ୍ଷ୍ୟ ବୋଲି ସୂଚନା ଦିଆଯାଇଛି। ଏଥିରେ ୨୫ ଜଣ ଅଂଶଗ୍ରହଣ କରିଥିଲେ।

କ୍ୟାପଟେନ୍ ଭାବେ ରାଜୀବ ଲୋଚନ ସିଂ ନେତୃତ୍ବ ନେଇଥିବା ବେଳେ ସାନିଧ୍ୟ ସୋନି, ଶୁଭଶ୍ରୀ ନାୟକ, ନିହାର ରଂଜନ ପୁରୋହିତ, ଜ୍ୟୋତିରାଦିତ୍ୟ ସାହୁ, ବିଶ୍ୱଜିତ୍ ମହାନ୍ତି, ଦୀପ୍ତେଶ ରଂଜନ ସିଂ, ଓମ୍ ପ୍ରକାଶ ସାହୁ, ଅମରନାଥ ମହାରାଣା, ଶ୍ରଦ୍ଧାନନ୍ଦ ନାୟକ, ଅର୍ପଣ କୁମାର ରାଉତ, ସୌରଭ ରଂଜନ ବେହେରା, ସତ୍ୟବ୍ରତ ସାହୁ, ଅଭିଷେକ ସାବତ, ଜନ୍ମଞ୍ଜୟ ଜେନା, ବି ମିଲନ୍ ପୃଷ୍ଟି, ବିଷ୍ଣୁପ୍ରସାଦ ସାହୁ, ସୌମ୍ୟ ସରସ୍ୱତୀ ସାହୁ, ଆନନ୍ଦିତା ପତି, ଗିରିଜା ମେହେର, ଶାକମ୍ବରୀ ସାହୁ, ପିଟର ଟପ୍ପୋ, ସୌମ୍ୟରଂଜନ ବିଶ୍ବାଳ, ସ୍ୱୟଂ କୁମାର ହୋତା ଏବଂ ଜଟାଧାରୀ ସାହୁ। ସୂଚନାଯୋଗ୍ୟ ଯେ, ଭିସୁଟ୍ ଏସ୍ଏଇ ଦଳର ଛାତ୍ରମାନଙ୍କ ନିରନ୍ତର ପ୍ରୟାସ ଫଳରେ କମ୍ ବଜେଟ୍ରେ ସୁନ୍ଦର ଡିଜାଇନ୍ ତଥା ଆରମ୍ ଦାୟକ ଏକ ବୈଦ୍ୟୁତିକ ଯାନ ନିର୍ମାଣ କରିବାରେ ସକ୍ଷମ ହୋଇପାରିଲେ। ଏହି ମଡେଲର ବିକଶିତ କାର୍ଯ୍ୟ ୨୦୨୨ ମସିହାରୁ ଆରମ୍ଭ କରାଯାଇଥିଲା। ପାଖାପାଖି ୫ ଲକ୍ଷ ଟଙ୍କା ବଜେଟ୍‌ରେ  ୪୦ଜଣ ଛାତ୍ରଦଳ ଏହି ବୈଦ୍ୟୁତିକ ଯାନକୁ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛନ୍ତି।