ମାଲକାନଗିରି: ମାଲକାନଗିରି ଜିଲ୍ଲା ଏକ ଚାଷ ବହୁଳ ଜିଲ୍ଲା। ପ୍ରାୟତଃ ଏଠାକାର ଚାଷୀ ବିଲରେ ଧାନ,ମୁଗ,ବିରି,ଚିନାବାଦାମ ଓ ପନିପରିବା ଚାଷ କରିଥାନ୍ତି।କିନ୍ତୁ ମାଲକାନଗିରି ଭଳି ଏକ ଉତ୍ତପ୍ତ ଜିଲ୍ଲାରେ ପାନପତ୍ର ଚାଷ କରାଯାଉଥିବା କଥା କହିଲେ କେହିବି ବିଶ୍ବାସ କରିବେନି।କିନ୍ତୁ ଏଭଳି ଚାଷ କରିକି ଦେଖାଇଛନ୍ତି ସ୍ବୟଂ ସହାୟକ ଘୋଷ୍ଠୀର ମହିଳାମାନେ।ଆଜି ଭିନ୍ନ ଏକ ପାନ ପତ୍ର ଚାଷ କରି ସେମାନେ ବେସ୍ ଭଲ ରୋଜଗାର କରିବା ସହ ନିଜ ପରିବାର ପ୍ରତିପୋଷଣ କରିବାରେ ସାହାୟକ ହୋଇପାରିଛନ୍ତି।
ମାଲକାନଗିରି ଜିଲ୍ଲା ଭଳି ଏକ ଉପାନ୍ତ ଜିଲ୍ଲାରେ ପାନପାତ୍ର ଚାଷ,ଏକଥା ଭାବିଲେ ବିଶ୍ବାସ କରି ହବନି , କିନ୍ତୁ ଏହା ସତ।କିନ୍ତୁ ମାଲକାନଗିରି ଜିଲ୍ଲା କଲିମେଳା ବ୍କକ ଅନ୍ତର୍ଗତ ତେଲରାଇ ପଞ୍ଚାୟତର ଏମଭି-୭୭ ଗ୍ରାମର ଜୟ ରାଧେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ କରିଛନ୍ତି ପାନପତ୍ର ଚାଷ।ଏହି ଚାଷ କରି ବେସ ଭଲ ରୋଜଗାର ବି କରୁଛନ୍ତି ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ।ଏହି ଗୋଷ୍ଠୀର ସଦସ୍ୟାମାନଙ୍କର କହିବା ହେଲା ଜିଲ୍ଲାରେ ପ୍ରାୟ ବଙ୍ଗାଳି ଗାଁ ରହିଛି।ଏଠାରେ ବସବାସ କରୁଥିବା ଲୋକ ପ୍ରାୟ ପାନ ଖଆନ୍ତି।ଯାହା ଫଳରେ ଘରେ ଘରେ ପ୍ରାୟ ପାନ ବଟୁଆ ରଖିଥାନ୍ତି ଏବଂ ଦୋକାନରୁ ପାନ ମସଲା ସହ ପାନପତ୍ର ବି କିଣି ଘରକୁ ନେଇଥାନ୍ତି।ଏସବୁ ଦେଖି ଜୟ ରାଧେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଷ୍ପତ୍ତି ନେଲେ ଯେ ପାନ ଚାଷ କରିବେ।ଏହାପରେ ଓଏଲ୍ଏମ୍ (ଓଡିଶା ଜିବିକା ମିସନ୍ ) ସହାୟତାରେ ବ୍ୟାଙ୍କ ଲୋନ୍ କରି ୫୦ ହଜାର ଟଙ୍କା ଉଠାଇ ଆରମ୍ଭ କରିଥିଲେ ପାନପତ୍ର ଚାଷ।ପ୍ରଥମେ ପଶ୍ଚିମବଙ୍ଗରୁ ପାନପତ୍ର ଚାରା ଆଣି ୨୫୦ ବର୍ଗଫୁଟ ଜାଗାରେ ପାନ ଗଛ ଚାରା ଲଗାଇଥିଲେ।ଏହାପରେ ପ୍ରାୟ ୬ ମାଷ ଏହାର ଯତ୍ନ ନେଇଥିଲେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ।୬ ମାସ ପରେ ଅମଳ ହୋଇଥିଲା
ପାନପତ୍ର।ବର୍ତ୍ତମାନ ୬ରୁ ୭ ମାସ ହେବ ସ୍ଥାନୀୟ ପାନ ଦୋକାନଗୁଡିକୁ ପାନପତ୍ର ଯୋଗାଇ ଦେବାସହ ଆଖ ପାଖ ଅଞ୍ଚଳର ପାନପତ୍ର ବେପାରୀମାନେ ମଧ୍ୟ ଆସି ଏଠାରୁ ପାନପତ୍ର କିଣି ନେଉଥିବା ଦେଖିବାକୁ ମିଳିଛି।ଏହି ଗୋଷ୍ଛୀର ସଦସ୍ୟା ସୁମତି ମଣ୍ଡଳ ଓ ଅନିମା ହାଲଦାରଙ୍କ କହିବା ହେଲା ସେମାନେ ଶୁଣୁଥିଲେ ଯେ ଉପକୁଳ ଓଡିଶାର ଲୋକମାନେ ପାନ ବରଜ କରି ନିଜ ପରିବାରର ଭରଣ ପୋଷଣ କରିଛନ୍ତି।କିନ୍ତୁ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଏଭଳି ଚାଷ ହେବ ବିଶ୍ବାସ କରିନଥିଲେ ବି ଏହାକୁ ସତ୍ୟ ପ୍ରମାଣ କରିଥିଲେ।ଏମଭି ୭୭ ଗ୍ରାମର ଜୟ ରାଧେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାନପତ୍ର ଚାଷ କରି ଜିଲ୍ଲା ପାଇଁ ଏକ ଉଦାହାରଣ ସୃଷ୍ଟି କରିଛନ୍ତି।ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର କହିବା ହେଲା ଏହି ପାନପାତ୍ର ଚାଷ କରି ସେମାନେ ବେସ୍ ଲାଭବାନ ଓ ଖୁସି ରହିଛନ୍ତି।ଏହା ୬ମାସ ମଧ୍ୟରେ ଏତେ କମ୍ ଜାଗାରେ ପାନପାତ୍ର ଚାଷ କରି ୨୦ ରୁ ୩୦ ହଜାର ଟଙ୍କା ରୋଜଗାର କରି ସାରିଲେଣି।ଏଥିସହ ଏଠାରୁ ପାନପତ୍ର ନେଇ ଏହି ଅଂଚଳର ପାନପତ୍ର ବେପାରୀ ମଧ୍ୟ ବେସ୍ ଭଲ ରୋଜଗାର କରୁଛନ୍ତି।ଏହି ଚାଷ ସଫଳ ହେବା ପରେ ଏବେ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ପାନପତ୍ର ଚଷ କରିବାକୁ ମନ ବଳେଇଛନ୍ତି।ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ଏହି ଚାଷପାଇଁ ସଚେତନ କରାଇବା ସହ ଆର୍ଥିକ ସହାୟତା ପ୍ରଦାନ କରାଗଲେ ସେମାନେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଛି।