ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚକ୍ଷୁର ପୁନଃଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ସେ ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଜଣାଇଛନ୍ତି। ୨ମାସ ପୂର୍ବରୁ ସାଧାରଣ ନିର୍ବାଚନ ସମୟରେ ଶ୍ରୀ ପଣ୍ଡାଙ୍କ ଆଖିରେ ଗୁରୁତର ସମସ୍ୟା ଦେଖା ଦେଇଥିଲା। ତୁରନ୍ତ ତାଙ୍କ ଚକ୍ଷୁର ଅସ୍ତ୍ରୋପଚାର କରାଯାଇଥିଲା। କିଛିଦିନ ପାଇଁ ସେ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲେ। ପରେ ପୁଣିଥରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ।