ଭବାନୀ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା ‘ପ୍ରଣାମ ମହାନୁଭବ’ ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ନିମନ୍ତ୍ରିତ ଅତିଥିବୃନ୍ଦ ଶ୍ରୀ ପଟ୍ଟନାୟକଙ୍କ ବାବଦରେ ଅଭିମତ ଉଲ୍ଲେଖ କରି ସ୍ମୃତିଚାରଣ କରିଥିଲେ। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅତିଥି ଭାବେ ଯୋଗ‌େ ଦେଇଥିଲେ। କରୋନା ଲକ୍‌ଡାଉନ୍‌ ପାଇଁ କେହି ଭାଷଣ ଦେଇ ନଥିଲେ ହେଁ ଫଟୋଚିତ୍ରରେ ଶ୍ରଦ୍ଧାର୍ପଣ ସହ ସ୍ମୃତିଲେଖ ଜରିଆରେ ସ୍ମୃତିଚାରଣ କରିଥିଲେ। ନିମାପଡ଼ା ସହିଦ ସ୍ମୃତି ସଂସଦ ପକ୍ଷରୁ ପ୍ରସ୍ତୁତ ଏକ ‘ସ୍ମରଣିକା’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ବିଧାୟକ ତଥା ରାଜ୍ୟସ୍ତରୀୟ ସ୍ମୃତି କମିଟି ସଭାପତି ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ବାଦିକ ତଥା କମିଟିର ଆବାହକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଗାନ୍ଧୀବାଦୀ, ରାଜନେତା, ବିଧାୟକ ଓ ସମାଜସେବୀମାନେ ଯୋଗ ଦେଇ ଶ୍ରଦ୍ଧାର୍ପଣ କରିଥିଲେ। ସ୍ମୃତି କମିଟିର ଉପଦେଷ୍ଟା ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଭାପତି କୃଷ୍ଣା ମହାନ୍ତି, ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ, ନକୁଳ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ଉପସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ସଞ୍ଜୟ କୁମାର ଦାସବର୍ମା, ସମୀର ରଂଜନ ଦାଶ, ସମୀର ମହାନ୍ତି, ରାମକୃଷ୍ଣ ପଣ୍ଡା, ରବି ବେହେରା, ପ୍ରହ୍ଲାଦ କୁମାର ସିଂହ, ଅରୁନ୍ଧତୀ ଦେବୀ, ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରଭାତ କୁମାର ତ୍ରିପାଠୀ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ପରିଚାଳନା କରିଥିଲେ। ଗାନ୍ଧୀବାଦୀ ପଦ୍ମଚରଣ ନାୟକ, ପଦ୍ମନାଭ ବେହେରା, ଅଚ୍ୟୁତ ସାମନ୍ତ, ସୌମ୍ୟରଂଜନ ପଟ୍ଟନାୟକ, ଶଶିଭୂଷଣ ବେହେରା, ଅମରପ୍ରସାଦ ଶତପଥୀ, ସୁରେଶ ପାଣିଗ୍ରାହୀ, ନିରଂଜନ ରଥ, ପ୍ରଦୋଷ ପଟ୍ଟନାୟକ, ଜନାର୍ଦନ ପତି, ଏନ ନାରାୟଣ ରେଡ୍ଡୀଙ୍କ ସମେତ ବହୁ ଭବାନୀ ପଟ୍ଟନାୟକ ପ୍ରେମୀ ସ୍ମୃତିଲେଖ ସହ ଶ୍ରଦ୍ଧା ନିବେଦନ କରିଥିଲେ। ସମ୍ପାଦକ ବିଜୟ କୁମାର ନାୟକ, ମନୀନ୍ଦ୍ର କୁମାର ସାମଲ, ଅଭୟ ବଡ଼ଜେନା, ମଧୁ ଭାଇ, ମନୋଜ ଜେନା, ପ୍ରମେଶ ମହାନ୍ତି, ମିହିର ପ୍ରତାପ ଦାସ, ରବି ସାମଲ, ଉପେନ୍ଦ୍ର ପାଢ଼ୀ, ବେଣୁଧର ସେନାପତି, ଅତୁଲ୍ୟ ପ୍ରଧାନ, ସଂଗ୍ରାମ କେଶରୀ ପାଇକରାୟ, ଶିବନାରାୟଣ ମିଶ୍ର, ଦେବପ୍ରସାଦ ପରିଜା, ଶ୍ରୀକାନ୍ତ ସାମଲ, ଜଗନ୍ନାଥ ପାଢ଼ୀ, ବିଚିତ୍ରାନନ୍ଦ ନାୟକ, ଶ୍ୟାମାପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର