ସକାଳୁ ଜଳିଲାଣି ଭବାନୀପାଟଣା: ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ତାପମାତ୍ରା ୩୪.୮ ଡିଗ୍ରୀ, ଭୁବନେଶ୍ୱର ୩୩.୪ ଡିଗ୍ରୀ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ରାଜ୍ୟର ବହୁ ସହରର ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାମାନ କରାଯାଇଛି। ବୁଧବାର ସକାଳ ସାଢ଼େ ୮ଟା ସୁଦ୍ଧା ରେକର୍ଡ ହୋଇଥିବା ଓଡ଼ିଶାର ପ୍ରମୁଖ ସହରର ତାପମାତ୍ରାରେ ଭବାନୀପାଟଣା ଶୀର୍ଷରେ ରହିଛି। ଭବାନୀପାଟଣାର ତାପମାତ୍ରା ୩୪.୮ ଡିଗ୍ରୀ ରହିଛି।

ସେହିପରି ତାଳଚେର ୩୪.୪ ଡିଗ୍ରୀ,ବାଲେଶ୍ୱର ୩୪ ଡିଗ୍ରୀ, ବାରିପଦା ୩୩.୬ ଡିଗ୍ରୀ, ଭୁବନେଶ୍ୱର ୩୩.୪ ଡିଗ୍ରୀ, ଚାନ୍ଦବାଲି ୩୩.୨ ଡିଗ୍ରୀ, ଜଗତସିଂହପୁର ୩୩.୨ ଡିଗ୍ରୀ, ହୀରାକୁଦ ୩୨.୮ ଡିଗ୍ରୀ, କେନ୍ଦୁଝର ୩୨.୪ ଡିଗ୍ରୀ, ଝାରସୁଗୁଡା ୩୨.୪ ଡିଗ୍ରୀ, ଟିଟିଲାଗଡ଼ ୩୨ ଡିଗ୍ରୀ, ବୌଦ୍ଧ ୩୨ ଡିଗ୍ରୀ ଏବଂ ପୁରୀର ତାପମାତ୍ରା ୩୨ ଡିଗ୍ରୀ ରହିଛି।

ସମ୍ବନ୍ଧିତ ଖବର