ଭଦ୍ରକ : ଭଦ୍ରକ ସହରରେ ଦିନକୁ ଦିନ ଜବରଦଖଲ ବୃଦ୍ଧି ପାଇବାରେ ଲାଗିଛି। ସହରରେ ଜବରଦଖଲ ଯୋଗୁଁ ରାସ୍ତା ଘାଟକୁ ଲୋକେ ମାଡି ବସିଲେଣି। ଡ୍ରେନ୍ ମାଡି ବସିଥିବାରୁ ସହରରେ ଡ୍ରେନେଜ୍ ସିଷ୍ଟମ ଫେଲ ହୋଇଛି। ସେହିପରି ରାସ୍ତା ଉପରେ ଦୋକାନ ଘର ଠେଲା ଗାଡି ଏପରିକି ଫୁଟଫାତ ଦୋକାନ ସବୁ ବସିଥିବାରୁ ଏହାକୁ ନେଇ ସହର ଦିନକୁ ଦିନ ସଂକୁଚିତ ହୋଇଯାଉଛି। ଭଦ୍ରକ ପୌରପାଳିକା ପକ୍ଷରୁ ଉପଯୁକ୍ତ ଭେଣ୍ଡିଂ ଜୋନର ବ୍ୟବସ୍ଥା କରାଯାଉ ନଥିବାରୁ ଲୋମାନେ ଯାତାୟାତ ଓ ଗାଡି ପାର୍କଂରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଯେଉଁ ସାଧାରଣ ଲୋକ ଭଦ୍ରକ ସହରକୁ ଆସୁଛନ୍ତି। ସେମାନେ କୌଣସି ସ୍ଥାନରେ ଗାଡିଟିଏ କିମ୍ବା ନିଜର ମଟର ସାଇକେଲ ପାର୍କିଂ କରିବାକୁ ସ୍ଥାନ ପାଉ ନାହାନ୍ତି। ଯେଉଁଥିପାଇଁ ସେମାନେ ରାସ୍ତା କଡରେ ଯେଉଁଠି ପାରିଲେ ମଟର ସାଇକେଲ ରଖି ଦେଇ ମାର୍କେଟ କରିବାକୁ ଗଲେ। ଟ୍ରାଫିକ୍ ଜାମ ରହୁଛି। ଗାଁ ଗହଳିରୁ ଆସୁଥିବା ଲୋକମାନେ ବଜାର ହାଟ କଲା ବେଳେ ଗାଡି ଗଟର କେଉଁଠି ରଖିବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପାର୍କିଂ ଜୋନ ନଥିବାରୁ ଲୋକମାନେ ଗାଡି ମଟର ରାସ୍ତା କଡରେ କିମ୍ବା ରାସ୍ତା ଉପରେ ରଖୁଛନ୍ତି।
ଭଦ୍ରକ ପୌରପାଳିକା ପକ୍ଷରୁ ପାର୍କିଂ ଜୋନ କରାଯିବା ସହ ସାଇକେଲ ଓ ମଟର ସାଇକେଲ ରଖିବା ପାଇଁ ଷ୍ଟାଣ୍ଡ ବ୍ୟବସ୍ଥା କରିବାରୁ ଆବଶ୍ୟକତା ରହିଛି। ଭଦ୍ରକ ସହରର ବନ୍ତଛକ, ଚରମ୍ପା କଚେରୀ ବଜାର, କଲେଜ ରୋଡ, ଆରଡିଛକ, ମୋଟେଲ ଛକ, ପୁରୁଣାବଜାରଛକ, ଚନ୍ଦନବଜାର ଛକ, ମହିଳା କଲେଜ ଛକ, ନଂଘାମହଲାଛକ ସବୁ ଏବେ ଜବରଦଖଲକାରୀଙ୍କ କବଜାକୁ ପଳାଇ ଯାଇଛି। ସବୁଠି ଜବରଦଖଲକାରୀଙ୍କର ଦାଦାଗିରି। ଭଦ୍ରକ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ଏଇ କାରଣରୁ ବିପର୍ଯ୍ୟସ୍ତ ହୋଇପଡିଛି। ସହର ଭିତରେ ବାରମ୍ବାର ଡ୍ରେନ୍ ଓ ରାସ୍ତା ନିର୍ମାଣ ହେଉଛି। ମାତ୍ର ତାହା ସଂପୂର୍ଣ୍ଣ ହେଇପାରୁ ନାହିଁ। କେତେକ ସ୍ଥାନରେ ଡ୍ରେନ୍ ନିର୍ମାଣ ହୋଇଥିବା ବେଳେ ଆଉ କେତକ ସ୍ଥାନରେ ଜବରଦଖଲକାରୀ ଜାଗା ଛାଡୁ ନଥିବାରୁ ଡ୍ରେନ୍ ନିର୍ମାଣ ହୋଇ ପାରୁ ନାହିଁ କି ରାସ୍ତା ଓସାର ହୋଇ ପାରୁ ନାହିଁ।
୧୯୯୩ ମସିହାରୁ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ଜିଲ୍ଲା ହେଡକ୍ବାଟର ସହର ଏବେ ମଧ୍ୟ ଅସଂକୀର୍ଣ୍ଣ ହୋଇ ରହିଛି। ସହରର ମୂଲ୍ୟବାନ ଜମିକୁ ଜବରଦଖଲ କରାଯାଇଥିବାରୁ ଏହାକୁ ଏଇ ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରାଯାଇ ପାରୁ ନଥିବାରୁ। ଭଦ୍ରକ ସହରରେ ମଧ୍ୟ ଅନେକ ସରକାରୀ ଅଫିସ୍ ଠିକ୍ ଭାବେ ଖୋଲାଯାଇ ପାରୁ ନାହିଁ। ସହରକୁ ସରସ ସୁନ୍ଦର କରିବାକୁ ହେଲେ ଜବରଦଖଲ ହଟାଇବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଭଦ୍ରକ ସହର ଅମୃତ ସହର ଯୋଜନାରେ ସାମିଲ ହୋଇଥିଲେ ମଧ ଏ ସହର ଅମୃତ ସହର ଯୋଜନାରେ ସାମିଲ ହୋଇଥିବା ପରି ମନେ ହେଉ ନାହିଁ। ଏକ ପୁତିଗନ୍ଧମୟ ଭଦ୍ରକ ସହର ପ୍ରତି ଏବେ ସମସ୍ତଙ୍କର ନାକଟେକା ରହିଛି। ଯିଏ ଭଦ୍ରକ ସହର ଆସୁଛି। ସେମାନେ କହୁଛନ୍ତି, ଏଠି କଣ ଶାସନ ବ୍ୟବସ୍ଥା ଭୁସୁଡି ପଡିଛିକି। ଏଠି ପୌରପାଳିକାର ବ୍ୟବସ୍ଥା କଣ କାମ କରୁ ନାହିଁକି।
ଭଦ୍ରକ ସହରସ୍ଥିତି ଏମିତି ହୋଇଛି ପୁଣି ବର୍ଷା ଦିନେ ସହର ବୁଡିବ। ଡ୍ରେନ୍ ଅବସ୍ଥାର ସୁଧାର ହୋଇପାରିଲା ନାହିଁ। ବର୍ଷ ପରେ ବର୍ଷ ବିତିଯାଉଛି। ଆସୁଥିବା ସରକାରୀ ଅନୁଦାନକୁ କିଛି ଅଧିକାରୀ ଚଳୁ କରି ଦେଉଥିବା ବେଳେ ଭଦ୍ରକ ସହରର ସ୍ଥିତିର ସୁଧାର ଆସିପାରୁ ନାହିଁ। ଏହାକୁ ନେଇ ଭଦ୍ରକ ସହରରେ ଜନ ଅସନ୍ତୋଷ ଆଗାମୀ ଦିନରେ ଉଗ୍ର ରୂପ ନେବାକୁ ଯାଉଛି। ଅଣ ଆନ୍ଦୋଳନ ହେବା ସହ ବିଭିନ୍ନ ସହର ପ୍ରତି ଅବହେଳା କରୁଥିବା ବିଭିନ୍ନ ସରକାରୀ ଅଫିସକୁ ଫେରିବେ ଜନସାଧାରଣ।