ଭଦ୍ରକ ବିଜେଡି ବିଧାୟକଙ୍କ ଗୁଣ୍ଡାରାଜ ନିନ୍ଦନୀୟ: ଛାତ୍ର କଂଗ୍ରେସ

ଭୁବନେଶ୍ବର : ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ୍‌ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ରତ ଜିଲ୍ଲା ଛାତ୍ର କଂଗ୍ରେସ ନେତା ହେମନ୍ତ ମହାପାତ୍ରଙ୍କ ଉପରେ ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଇଙ୍ଗିତରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଛାତ୍ର କଂଗ୍ରେସ ସଭାପତି ସୟଦ୍‌ ୟାସିର୍‌ ନୱାଜ ଦାବି କରିଛନ୍ତି।

ଛାତ୍ର କଂଗ୍ରେସ ସଭାପତି ନୱାଜ ଅଭିଯୋଗ କରି କହିଛନ୍ତି, ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଦାବିରେ ଗତକାଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଏହି ବନ୍ଦକୁ ଭଦ୍ରକବାସୀ ସ୍ବତଃସ୍ଫୃତ ସମର୍ଥନ ଦେଇଥିଲେ। କିନ୍ତୁ ଏହି ବନ୍ଦକୁ ଭଦ୍ରକର ବିଜେଡି ବିଧାୟକ ସହ୍ୟ କରିପାରି ନଥିଲେ। ବନ୍ଦ ବେଳେ ଶ୍ରୀ ମଲ୍ଲିକଙ୍କ ବିରୋଧରେ ଜିଲ୍ଲାବାସୀଙ୍କର ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ନେତା ହେମନ୍ତ ମହାପାତ୍ର ଅଗ୍ରଣୀ ଭୂମିକା ନେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକଙ୍କ ଇଙ୍ଗିତରେ କିଛି ବିଜେଡି ଗୁଣ୍ଡା ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର