ଭୁବନେଶ୍ବର/ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମତଦାନ ଶେଷ ହୋଇଥିବାରୁ ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହୋଇଯାଇଛି। ଇଭିଏମ୍ ଗୁଡ଼ିକ ଧାମନଗରସ୍ଥିତ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି। ଆସନ୍ତା ୬ ତାରିଖ ଦିନ ଭୋଟ ଗଣତି ହେବା ସହିତ ସେହିଦିନ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ।
/sambad/media/post_attachments/wp-content/uploads/2022/11/IMG-20221103-WA0005-e1667486795725.jpg)
ତେବେ ଧାମନଗରରେ ଗତ ନିର୍ବାଚନ ତୁଳନାରେ ଚଳିତ ଉପନିର୍ବାଚନରେ ଭୋଟ୍ ହାର କମିଛି। ଗତଥର ଭଳି ଏଥର ମତଦାତାମାନେ ବୁଥକୁ ଆସି ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିନାହିଁ। ଗତ ସାଧାରଣ ନିର୍ବାଚନରେ ଧାମନଗରରେ ୭୨.୦୧ ପ୍ରତିଶତ ମତଦାନ ହୋଇଥିଲା।
/sambad/media/post_attachments/wp-content/uploads/2022/11/IMG-20221102-WA0005.jpg)
ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ମଙ୍ଗଲପୁର (୧୫ ନମ୍ବର ବୁଥ)ରେ ଇଭିଏମ୍ ଖରାପ ହେବାରୁ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର ଇଭିଏମ୍ ଠିକ୍ ହେଲା ପରେ ପୁଣି ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଜାରି ରହିଥିଲା। ଭୋଟ ଦେବା ପାଇଁ ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଥିଲା।
ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରିବା ପରେ ବି ତାଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ରାତିରେ ନଟବର ମୁଣ୍ଡା ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଗତକାଲି ତାଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ରାତିରେ ସେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/a1976a59-b4b9-4538-b2d1-7b05a4ecffe7.jpg)