ଭଦ୍ରକ : ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଂଗ୍ରେସ ପକ୍ଷରୁ ସୋମବାର ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ ସଫଳ ହୋଇଛି।
ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଜିଲ୍ଲାବାସୀ ଦୀର୍ଘଦିନରୁ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ ଏଥିପ୍ରତି ଅଣଦେଖା କରୁଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିଲା। ତଦନୁଯାୟୀ ସକାଳ ୬ଟାଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭଦ୍ରକ ସହର ବନ୍ଦ ରହିଥିଲା। କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ କରିଥିଲେ। ସକାଳ ୧୦ଟା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଅଫିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ଅଫିସ ସବୁ ବନ୍ଦ ରହିଥିଲା। ବନ୍ଦପାଳନରେ ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତା ସାମିଲ ହୋଇଥିଲେ। ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ବି ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/bhadrak-closed.jpg)