ବୁଲବୁଲ ବାତ୍ୟା ପ୍ରଭାବିତ ଚାଷୀଙ୍କ ଋଣ ଛାଡ ଦାବି କଲା କଂଗ୍ରେସ

ଭଦ୍ରକ: ବାତ୍ୟା ବୁଲବୁଲ ଓ ଏହାର ପ୍ରଭାବରେ ହୋଇଥିବା ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ ଦାବି କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ | ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ବୁଲବୁଲ ପ୍ରଭାବରେ ଧାନ ଅମଳ ସମୟରେ ଜିଲ୍ଲାର ଚାଷୀମାନଙ୍କର ଧାନ ପାଣିରେ ବୁଡି ଯିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି |

ସେହିପରି ଆଖୁ ଚାଷୀ ଓ ପାରିବ ଚାଷୀମାନେ ମଧ୍ୟ ଏହି ବାତ୍ୟା ପ୍ରଭାବରୁ ବର୍ତ୍ତିପାରିନାହାନ୍ତି | ବହୁମୁଖୀ ସୋସାଇଟି ଓ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ଚାଷୀ ଏବେ ହତାଶ ହୋଇପଡିଛି | ତେଣୁ ଏହି ଚାଷୀମାନଙ୍କର ଋଣ ଛାଡ କରିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ |

ଏହା ସହ ଚାଷୀମାନଙ୍କୁ ମାଗଣାରେ ବିହନ, ସାର ଯୋଗାଇବା ସହ ଧାନର ସହାୟକ ମୂଲ୍ୟ ୨୫୦୦ ଟଙ୍କା କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି | ସେହିପରି କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ଟଙ୍କା ଫେରାଇଆଣିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର