ଭଦ୍ରକ ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ : କାର୍ଯ୍ୟାଳୟ ବାହାରେ ହଟ୍ଟଗୋଳ, ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଦ୍ରକ : ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ କରିବା ସହ ଆସନ୍ତା ସାଂଗଠନିକ ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀମାନଙ୍କୁ ନେଇ ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର କୁମାର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ଦାସ, କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ନେତ୍ରୀ ମଧୁମିତା ସେଠୀ, ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ସୁବ୍ରତ ଦାସ, ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଦିଗମ୍ବର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀର ବିଦ୍ୟାଧର ଜେନା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ, ଜିଲ୍ଲା ଉପସଭାପତି ବିକାଶ ସାମଲ, ମଂଜୁଶ୍ରୀ ବେହେରା, ବିଜୟ ଶଙ୍କର ମହାନ୍ତି, ପ୍ରଫୁଲ୍ଲ ସାମଲ, ରାଜକିଶୋର ସ୍ବାଇଁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ସାଂଗଠନିକ ବୈଠକ ଓ ଆଲୋଚନା ଚାଲିଥିବା ବେଳେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏ ସଂକ୍ରାନ୍ତରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ନାମରେ ଭଦ୍ରକ ଟାଉନ୍‌ ଥାନାରେ ଏତଲା ଦେଇଥିବା ଜଣାପଡିଛି।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ଦଳୀୟ ପର୍ଯ୍ୟବେକ୍ଷକ ଭଦ୍ରକ ପୁରୁଣାବଜାରସ୍ଥିତ ମଦିନା ମଇଦାନରେ ସିଏଏ ଓ ଏନ୍‌ଆରସି ବିରୋଧରେ ଗତ ଜାନୁଆରି ୨୬ ତାରିଖଠାରୁ ଚାଲିଥିବା ଅହୋରାତ୍ର ସତ୍ୟାଗ୍ରହ ସ୍ଥଳକୁ ଯାଇ ସେଠାରେ ସତ୍ୟାଗ୍ରହକୁ ସମର୍ଥନ ଦେଇଥିଲେ।

ସମ୍ବନ୍ଧିତ ଖବର