ଭଦ୍ରକ ଜେଲ୍‌ରଙ୍କ ବିରୋଧରେ ଦୁଷ୍କର୍ମ ଘଟଣା : ମହିଳା କମିସନ୍‌ରେ ପୀଡ଼ିତାଙ୍କ ଅଭିଯୋଗ

ଭୁବନେଶ୍ୱର : ଭଦ୍ରକ ଜେଲ୍‌ର ଚିନ୍ମୟ ପାତ୍ରଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀ ଆଜି ରାଜ୍ୟ ମହିଳା କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି। କମିସନ୍‌ ସଂପୃକ୍ତ ଛାତ୍ରୀଙ୍କ ଅଭିଯୋଗକୁ ରଖି ଘଟଣା ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଛନ୍ତି। ପ୍ରକାଶଥାଉକି ଜେଲର୍‌ ଶ୍ରୀ ପାତ୍ର ନିଜକୁ ଅବିବାହିତ କହି ଜଣେ ଛାତ୍ରୀଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରିକି ଦୁହେଁ ମିଶି କରି ରହୁଥିଲେ। ପରବର୍ତୀ ସମୟରେ ଛାତ୍ରୀ ଜଣକ ଜାଣିବାକୁ ପାଇଥିଲେ ଯେ ଚିନ୍ମୟ ବିବାହ କରିଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି। ଏ ନେଇ ଛାତ୍ରୀ ଜଣକ ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜେଲର୍‌ ଶ୍ରୀ ପାତ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର