କାଳୀପୂଜାଲାଗି ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି

ଭଦ୍ରକ: ସାରା ଦେଶରେ କାଳୀପୂଜା ଚାଲିଛି । ତେବେ ଭଦ୍ରକର କାଳୀପୂଜା ବେଶ ପ୍ରସିଦ୍ଧ। ଏଥିପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ଘୋଷଣା କରାଯାଇଛି |

ଭଦ୍ରକ ଜିଲ୍ଲାପାଳ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ,କିନ୍ତୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି ଜଣାଯାଇଛି।ଏହି ଛୁଟି ଘୋଷଣା ପରେ ସରକାରୀ କର୍ମଚାରୀମାନେ ଖୁସି ଜାହିର କରିଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକରେ ସହରରେ  ମା’ କାଳୀଙ୍କ ପୂଜା ମହାସମାରୋହରେ ଆୟୋଜିତ ହୋଇଛି।ଏଥର ପଥରକାଳୀ, ଭଦ୍ରକାଳୀ, ରାଜଘାଟ କାଳୀ, ବିଶାଣୀଖର୍ଦା, ଏରେଇଁ କାଳୀ, ଟ୍ରାଫିକ କାଳୀ ଆଦି ମଣ୍ଡପରେ ୧୧ ମେଢ଼ ହୋଇଛି । ତେବେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କାଳୀପୂଜା ଚାଲିଛି ।

ଭଦ୍ରକ ସହରରେ ୯ ଦିନ ଧରି ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପୂଜା ହେବ। ଏଥିପାଇଁ ସହରରେ ଆଲୋକମାଳା ଦେଖିବାକୁ ମିଳୁଛି। କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର