ଭଦ୍ରକ ଲୋକସଭା କ୍ଷେତ୍ର : ନିର୍ଣ୍ଣୟ ହୋଇପାରୁନି ପ୍ରାର୍ଥୀ ଚୟନ

ଭଦ୍ରକ,(ହରିହର ନାୟକ): ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ। ବାଲେଶ୍ବର ଜିଲ୍ଲାର ସୋର ଓ ସିମୁଳିଆ ବିଧାନସଭା କ୍ଷେତ୍ର ଓ ଭଦ୍ରକ ଜିଲ୍ଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ବିଧାନସଭା କ୍ଷେତ୍ରକୁ ନେଇ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ସରଂକ୍ଷିତ ରହିଛି ଏହି ଆସନ। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ବରିଷ୍ଠ ନେତା ଅଜୁର୍ନ ଚରଣ ସେଠୀ ସାଂସଦ ଭାବେ ବିଜୟୀ ହୋଇ ଆସୁଛନ୍ତି। ୨୦୧୪ ନିର୍ବାଚନରେ ଅର୍ଜୁନ ୫ ଲକ୍ଷ ୨ ହଜାର ୩୩୮ ଖଣ୍ଡ ଭୋଟ ପାଇଥିବା ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ ଜେନ‌ା ୩ ଲକ୍ଷ ୨୨ ହଜାର ୯୭୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ଶରତ ଦାସ ୨ ଲକ୍ଷ ୧୬ ହଜାର ୬୧୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଚଳିତ ୨୦୧୯ ନିର୍ବାଚନରେ ଅର୍ଜୁନ େସଠୀ ବୟସ ଓ ସ୍ବାସ୍ଥ୍ୟଗତ କାରଣ ପାଇଁ ହୁଏତ ନିର୍ବାଚନରେ ଆଉ ପ୍ରାର୍ଥୀ ହୋଇ ନପାରନ୍ତି। ଏକଥା ଚର୍ଚ୍ଚା ହେଉଥିବା ବେଳେ ଅର୍ଜୁନ ନିଜ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଆଣିବା ପାଇଁ ହାଇକମାଣ୍ଡଙ୍କ ନିକଟରେ ନିଜର ମତ ରଖିଛନ୍ତି। ଏଥର ବିଜେଡି ଦଳରେ ଭଦ୍ରକ ଲୋକସଭା ପ୍ରାର୍ଥୀ ପାଇଁ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ, ପଶ୍ଚିମବଙ୍ଗର ଜିଏସଟି କମିସନର ଚାକିରିରୁ ଅବସର ନେଇଥିବା ବିଜୟ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି। କଂଗ୍ରେସ ଦଳରୁ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପିର ଶରତ ଦାସଙ୍କ ନେଇ ଚର୍ଚ୍ଚା ହେଉଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ଅର୍ଜୁନଚରଣ ସେଠୀ   ୫,୦୨,୩୩୮
କଂଗ୍ରେସ   ସଂଗ୍ରାମ ଜେନା        ୩,୨୨,୯୭୯
ବିଜେପି    ଶରତ ଦାସ            ୨,୧୬,୬୧୭

ସମ୍ବନ୍ଧିତ ଖବର