ଭଦ୍ରକ ବିଧାୟକଙ୍କୁ କରୋନା

ଭଦ୍ରକ : ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ଦୁଇ ଦିନ ହେଲା ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଥଣ୍ଡାଜ୍ବର ହୋଇଥିଲା। କରୋନା ଟେଷ୍ଟ ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସେ ଟୁଇଟ୍‌ କରି ଜଣାଇଛନ୍ତି। ଏବେ ସେ ହୋମ୍‌ କ୍ବାରାଣ୍ଟିନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳୀୟ ସମର୍ଥକ, ଶୁଭେଚ୍ଛୁମାନଙ୍କୁ ସେ କୋଭିଡ୍‌ ଟେଷ୍ଟ କରିନେବାକୁ ଅନୁରୋଧ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର