କଟକ: କଟକ ରେଳ ଷ୍ଟେସନରୁ ଗୁରୁବାର ଅପରାହ୍ଣରେ ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ର ଶୁଭାରମ୍ଭ ହେବା ଦ୍ବାରା ଦୈନିକ ହଜାର ହଜାର ଲୋକ ଉପକୃତ ହେବେ। କମ ଖର୍ଚ୍ଚରେ ଲୋକେ ଭଦ୍ରକରୁ ନୟାଗଡ଼ ମଧ୍ୟରେ ଲୋକେ ଯାତାୟତ କରିପାରିବେ।
/sambad/media/post_attachments/wp-content/uploads/2023/03/WhatsApp-Image-2023-03-30-at-16.21.40-1.jpeg)
ଏହି ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କଟକ ରେଳ ଷ୍ଟେସନର ନବୀକରଣ ପାଇଁ ୩୩୦ କୋଟି ଟଙ୍କା ମଂଜୁର ହୋଇଛି। କଟକ ରେଳ ଷ୍ଟେସନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରେଳ ଷ୍ଟେସନ ହେବ। ୧୦ ହଜାର କୋଟି ଟଙ୍କା ରେଳବାଇ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଦେଇଛନ୍ତି। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶାରେ ବର୍ଷକୁ ୫୦ କିଲୋମିଟର ରେଳ ଲାଇନ ତିଆରି ହେଉଥିଲା। ୨୦୨୨-୨୩ ବର୍ଷରେ ଓଡିଶାରେ ୪୫୦ କିଲୋମିଟର ରେଳ ଲାଇନ ତିଆରି ହୋଇଛି। ଯାହା ୭୫ ବର୍ଷରେ ହୋଇ ନ ଥିଲା ତାହା ଗୋଟିଏ ବର୍ଷରେ ହୋଇଛି। ଓଡିଶାର ୫୭ଟି ଷ୍ଟେସନର ନବୀକରଣ କରାଯାଉଥିବା କହିଛନ୍ତି ରେଳ ମନ୍ତ୍ରୀ।
ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୫ ଟା ୪୫ ମିନିଟରେ ଛାଡି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ ଟା ୪୫ ମିନିଟରର ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ରହଣି କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-30-at-16.21.40.jpeg)