ଭଦ୍ରକରୁ ଭବାନୀ ଶଙ୍କର ତ୍ରିପାଠୀଙ୍କ ରିପୋର୍ଟ : ବନ୍ତ ବ୍ଲକର କେନ୍ଦୁଆପଦାେର ଓଭରବ୍ରିଜ ହୋଇପାରିଲା ନାହିଁ। ମଞ୍ଜୁରୀେରାଡରେ ବି। ଲୋକଙ୍କ ଦାବିକୁ ଫୁ କରି ଉଡାଇ ଦେଲେ ବିଧାୟକ ଓ ସ୍ଥାନୀୟ ଅଞ୍ଚଳରେ କାର୍ପଟଦାର ସାଜିଥିବା ନେତା। ଚିକିତ୍ସା ସୁବିଧା କ୍ଷେତ୍ରରେ ଡାକ୍ତରଖାନାର ଉନ୍ନତୀକରଣ ହୋଇପାରିଲା ନାହିଁ, କି ଡାକ୍ତର ଅଭାବ ମଧ୍ୟ ଦୂର ହେଲାନି।
ଶାସକ ଦଳର ଚାନ୍ଦବାଲି ଓ ଧାମନଗର ବିଧାୟକ ନିଜ ନିଜ ଅଞ୍ଚଳର ଲୋକଙ୍କର ଏନଏସି ଗଠନ ଦାବିକୁ ପୂରଣ କରିପାରିଲେ। ବାସୁଦେବପୁର ବିଧାୟକ ଏନଏସିକୁ ମ୍ୟୁନିସପାଲିଟିରେ ପରିଣତ କରିଦେଲେ। ଧାମନଗରରେ ସିଭିଲ କୋର୍ଟ ଖୋଲିପାରିଲା। ଏସବୁକୁ ଆଉ କେହି ନୁେହଁ, ଖୋଦ୍ ନବୀନ ପଟ୍ଟନାୟକ ହିଁ କରିଛନ୍ତି। କିନ୍ତୁ ବନ୍ତକୁ ଏନଏସି କରିବା ଲାଗି ସ୍ଥାନୀୟ ଲୋକଙ୍କ ଦାବି ସଚିବାଳୟ ଯାଏ ପହଞ୍ଚିପାରିଲା ନାହିଁ, ଗତ ୧୦ ବର୍ଷ ମଧ୍ୟରେ। ସିଭିଳି କୋର୍ଟ ଖୋଲିବା ଦାବିକୁ ବି କବର ଦେଇଦେଲେ।
ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ମାଟିରେ ପାଦ ଦେଇ ନିର୍ବାଚନୀ ହାଲଚାଲ ବୁଝିବା ବେଳେ ବାରିକପୁର ଛକରେ ସ୍ଥାନୀୟ େଲାକମାନଙ୍କର ଏତେ ସବୁ ଅଭିଯୋଗ ଜଣାଇ ଦେଇଥିଲା ଯେ ନବୀନ ପଟ୍ଟନାୟକଙ୍କୁ ଏଠି ଭଲ ପାଉଥିବା ଶାସକ ବିଜେଡି େଭାଟର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଉପରେ କାହିଁକି ଏତେ ବିଗିିଡି ଯାଇଛନ୍ତି। ନିର୍ବାଚନକୁ ନେଇ ଭଦ୍ରକ ରାଜନୀତି ସରଗରମ ଥିବା େବଳେ ଏଠାେର କିନ୍ତୁ େଲାକ 'ପରିବର୍ତନ' ନାରାକୁ ପ୍ରସଙ୍ଗ କରିସାରିଲେଣି। ଏ ‘ପରିବର୍ତନ’ ଅନ୍ୟ ସବୁ ଅଞ୍ଚଳ ଭଳି ଶାସନ କ୍ଷମତାରୁ ନବୀନ ପଟ୍ଟନାୟକଙ୍କୁ ହଟାଇବାକୁ ନୁେହଁ କି େକନ୍ଦ୍ରରେ େମାଦୀ ସରକାରକୁ କ୍ଷମତା େଦବା ପାଇଁ ନୁେହଁ। ବରଂ ଭଣ୍ଡାରିେପାଖରୀ ନିର୍ବାଚନମଣ୍ଡଳୀର େଚହେରା ପରିବର୍ତନ ପାଇଁ ଦକ୍ଷ େନତୃତ୍ବ ସପକ୍ଷରେ ରାୟ ଦେବାକୁ ସ୍ଥାନୀୟ େଭାଟର ବିଚାର କରିଥିବା ସୂଚାଇଛନ୍ତି।
େସ େକନ୍ଦୁଆପଦା େହଉ କି େଷଣ୍ଢତିରା, ସାନ ଶିଆଳିଆ, ଆଡ଼ିଆ, ଆଗରପଡ଼ା ସବୁଆେଡ େଲାକଙ୍କ ମନ ଭିତର ଶାସକ ଦଳ େନତାଙ୍କ ପ୍ରତି େକ୍ଷାଭ ପଦାକୁ ଚାଲି ଆସିଥିଲା। ଗତଦିନରେ ବିେଜଡି ସପକ୍ଷରେ ମତଦାନ କରିଥିବା େଭାଟର ସିଧା ସିଧା ଜଣାଇଥିେଲ, ଆେମ ନବୀନଙ୍କୁ ଭରସା କରି ଜିତାଉଛୁ, ମୁଖ୍ୟମନ୍ତ୍ରୀ ତାଙ୍କୁ (ପ୍ରଫୁ୍ଲ୍ଲ ସାମଲଙ୍କୁ) ମନ୍ତ୍ରୀ କରୁଛନ୍ତି। କିନ୍ତୁ ସେ ଓ ତାଙ୍କ ସାମ୍ରାଜ୍ୟ ବଢୁଛି। ଭଣ୍ଡାରିେପାଖରୀ ନିର୍ବାଚନ ମଣ୍ଡଳୀ ବିଗିଡିବାେର ଲାଗିଛି। ବିଜେଡି ବିଧାୟକଙ୍କ ଅସୂୟା ଭାବ ସଂପର୍କରେ ଠାରି େଲାକେ ଆହୁରି କହିଥିଲେ େଯ ଆଗରପଡା ଛକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ପ୍ରତିମୂର୍ତି ବସାଇବାକୁ ଆମେ ଚାହିଁଥିଲୁ। ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୂର୍ତି କରାଗଲା। କିନ୍ତୁ ତାହାକୁ କରାଇ ଦିଆଗଲା ନାହିଁ। େକଉଁଠି ନା େକଉଁଠି ସଙ୍କେତ ମିଳୁଥିଲା େଯ ସ୍ଥାନୀୟ େଲାକଙ୍କ ଅସ୍ମିତା ଉପରେ େଚାଟ ପଡିଛି।
ଆେମ ନିର୍ବାଚନ ମଣ୍ଡଳୀ ବୁଲିବା େବଳେ େଲାକଙ୍କ ଅଭିେଯାଗରେ ଦମ ଅଛି, ଏକଥା ହୃଦବୋଧ େହାଇଥିଲା। କାରଣ ରାଜ୍ୟର ଅନ୍ୟ ସବୁ ନିର୍ବାଚନମଣ୍ଡଳୀରେ ବିକାଶର େଚହେରା ପରଖିବା ସମୟରେ ଯେଉଁ କଥାଟି ଉପରେ ସବୁଠାରୁ ଅଧିକ େଲାକ ସନ୍ତୁଷ୍ଟ ଥିବା ଦେଖାଯାଉଥିଲା, ତାହା େହଲା ରାସ୍ତା। ସେ ମାଲକାନଗିରି େହଉ କି େକାରାପୁଟ। ଗଞ୍ଜାମର େଗାପାଳପୁର, ଚିକିଟି େହଉ କି େକନ୍ଦ୍ରାପଡା। ସବୁଠି ଚିକ୍ ଚିକ୍ କରୁଥିଲା କଳା ମଚ୍ ମଚ୍ ରାସ୍ତା। ହେଲେ ବନ୍ତରୁ ଆଗରପଡା ରାସ୍ତା େଯମିତି ଏ େକ୍ଷତ୍ରରେ ବ୍ୟତିକ୍ରମ ଥିଲା।
ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା େକ୍ଷତ୍ର ମଧ୍ୟରୁ ଭଦ୍ରକ, ଚାନ୍ଦବାଲି, ଧାମନଗରରେ କଂଗ୍ରେସ ତିନି ନମ୍ବର ସ୍ଥାନରେ ରହିବ। ହେଲେ ଭଣ୍ଡାରିପାଖରୀେର ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତି କିନ୍ତୁ ବେଶ ବାରି େହାଇପଡିଥିଲା। ବାସୁଦେବପୁରରେ ବି କଂଗ୍ରେସ ପ୍ରାର୍ଥୀ ବିେଜଡି ବିଜୟରେ ଅନ୍ତରାୟ ସାଜୁଛନ୍ତି। କିନ୍ତୁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପ୍ରଚାର, େଫ୍ଲକ୍ସ, କଟ୍ ଆଉଟ୍ ଆଦିରେ େଢର୍ ଆଗୁଆ ଥିେଲ ନିରଞ୍ଜନ। ସ୍ଥାନୀୟ େଲାେକ ସମ୍ଭବତଃ କଂଗ୍ରେସକୁ ସାମ୍ନାେର ରଖି ଏ ନିର୍ବାଚନ ବୈତରଣୀ ପାର େହବା ଲାଗି ଅଭିଯାନ ଚଳାଇଛନ୍ତି। ଆଉ େସପଟେ ପ୍ରଫୁଲ୍ଲଙ୍କୁ ନୁେହଁ, ବିେଜଡି କର୍ମୀ ନବୀନଙ୍କୁ ସାମ୍ନାେର ରଖି ପିସିସି ସଭାପତିଙ୍କୁ ଏହି ଆସନରେ କଡ଼ା ଟକ୍କର େଦଉଛନ୍ତି।
ଆେମ େଯତେବେଳେ ଭଦ୍ରକ େଲାକସଭା ଆସନର ସାମଗ୍ରିକ ସ୍ଥିତି ଜାଣିବା ଲାଗି ଆଗ୍ରହ େଦଖାଇଲୁ, ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା, ଯାହା ରାଜ୍ୟ ରାଜନୀତିେର ଆଲୋଡନ ସୃଷ୍ଟି କରିପାେର। ବିେଜଡି ଜନ୍ମ ନେବା ପରେ ଭଦ୍ରକ େଲାକସଭା ଆସନକୁ ଏକତରଫା ଭାେବ ଦଖଲ କରି ଆସୁଥିଲା ବିେଜଡି। ଟିେକଟ୍ େଗାଟିଚାଳନାରେ ସାମାନ୍ୟ ପରିବର୍ତନ ଏହି ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗକୁ େଯମିତି େଗାଳମାଳ କରିସାରିଲେଣି। ପ୍ରଚଣ୍ଡ ରୌଦ୍ରତାପରେ ଭଦ୍ରକରେ ବୁଲିବା କଷ୍ଟସାଧ୍ୟ େହଉଥିଲା। ଅଥଚ ଭଦ୍ରକ ରାଜନୀତି ପାଣିପାଗରେ େଯଉଁ ଅବପାତର ସୂଚନା ମିଳୁଥିଲା, ତାହା ଯେ ଏପ୍ରିଲ ୨୯ ତାରିଖ ଦିନ େଭାଟ କେନ୍ଦ୍ରରେ ବାତ୍ୟା ଭଳି ରୂପ ଧାରଣ କରି ବିେଜଡି ଗଡକୁ ଧ୍ବସ୍ତ ବିଧ୍ବସ୍ତ କରିପାେର, ତାହାକୁ ଏଡାଇ ଦେଇ େହଉନାହିଁ।
ଭଦ୍ରକ ଜିଲ୍ଲାର ରାଜନୀତିର ଚିତ୍ର ସୂଚାଇ େଦଇଥିଲା, ଅଣ୍ଟି ଛୁରି ଏଠି ଶାସକ ବିେଜଡିର ତଣ୍ଟି କାଟୁଛି। ଗତ ନିର୍ବାଚନ େବଳେ ବିେଜଡି ଗଡ େବାଲି ଭଦ୍ରକକୁ ରାଜନୈତିକ ସମୀକ୍ଷକ ବିଚାର କରୁଥିେଲ। ଏଥର କିନ୍ତୁ େଦାହଲିଲାଣି। କିଛି େନତା ବିଜେଡି ହାତ ଛାଡି ପ୍ରତିପକ୍ଷ ବିଜେପି େପାଖରୀରେ ପଦ୍ମ ଫୁଟାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। େଯଉଁ ବିେଜପି ରାସ୍ତାରେ ଗତ ୧୦ ବର୍ଷ ଧରି ପୂର୍ବତନ ସାଂସଦ ଅର୍ଜୁନ ସେଠୀ ପାେଚରି ଭଳି ବାଟ ଓଗାଳୁଥିେଲ, ନବୀନଙ୍କ ଆଗ୍ରହ କ୍ରମେ ଏକଦା ଜଳସଂପଦ ବିଭାଗର େକନ୍ଦ୍ରମନ୍ତ୍ରୀ େହାଇପାରିଥିଲେ, ସେ ନିଜ ପୁଅକୁ ତାଙ୍କ ସ୍ଥାନଟିକୁ ଦେବା ଲାଗି ଗତଦିନର ନବୀନଙ୍କ ସମସ୍ତ ଅବଦାନକୁ ପାଣି େଫାଟକା ଭଳି ମିଳାଇଦେଇଛନ୍ତି। ନିଜ ପୁଅ ଅଭିମନ୍ୟୁଙ୍କ ରଥର ସାରଥୀ ସାଜିଛନ୍ତି। ବିେଜଡି ସଂଗଠନକୁ ଆଘାତ ଦେଇ ଠା'କୁ ଠା' କ୍ଷତ କରିସାରିଲେଣି। ପରିଣତ ବୟସରେ େଭାଟରଙ୍କୁ େଶଷ ଗୁହାରି େବାଲି କହି ଜଣାଉଛନ୍ତି, େମା ପୁଅକୁ ଜିତାଇ ଦିଅ, ଷଡ଼ଯନ୍ତ୍ରକାରୀ ପ୍ରଫୁଲ୍ଲକୁ ହଟାଇଦିଅ। ଏହା ଭଣ୍ଡାରିେପାଖରୀେର ପ୍ରଭାବ ରଖିଛି, ସମଗ୍ର ଜିଲ୍ଲାକୁ ବି େଭଦୁଛି। ବିଜେଡିର େଲାକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ନବୀନଙ୍କ ୩୩ ପ୍ରତିଶତ ମହିଳା କାର୍ଡ େଖଳି ଗାଁ ଗଣ୍ଡାରେ ଜବରଦସ୍ତ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଜିଲ୍ଲା କଂଗ୍ରେସର ବରିଷ୍ଠ େନତା ଅନନ୍ତ େସଠୀଙ୍କ ଝିଅ ମଧୁମିତା ସେଠୀ (କଂଗ୍ରେସ େଲାକସଭା ପ୍ରାର୍ଥୀ)ଙ୍କ େକ୍ଷତ୍ରରେ ଏହି ମହିଳା କାର୍ଡ ବିଶେଷ ପ୍ରଭାବ ପକାଉନାହିଁ।
ଏହାସତ୍ତ୍ବେ ବିେଜଡି ପାଇଁ ଆଶ୍ବସ୍ତର ବିଷୟ େହଲା, ବିେଜପିରେ େଗାଷ୍ଠୀକନ୍ଦଳ, କଂଗ୍ରେସର ଦୁର୍ବଳ ସଂଗଠନ କାରଣରୁ େଯତେ ପରିମାଣରେ କ୍ଷତି ସହିବା କଥା ତାହା ପରିଦୃଷ୍ଟ େହଉନାହିଁ। ନବୀନଙ୍କ ଭାବମୂର୍ତି ସପକ୍ଷରେ ଜନମତ ରହିଛି। ନବୀନଙ୍କୁ ଚାହିଁ ସ୍ଥାନୀୟ େନତାଙ୍କୁ ଜିତାଉବୁ େବାଲି କହିବା େବଳେ େଭାଟରଙ୍କ ମୁହଁରେ ଦୃଢତା ପରିଲକ୍ଷିତ େହଉଥିଲା।
ସେହିଭଳି ବିେଜଡିର େଗାଷ୍ଠୀକନ୍ଦଳ, େନତାଙ୍କ ଦଳ ଡିଆଁ ଓ କଂଗ୍ରେସର ଦୁର୍ବଳ ସଂଗଠନ େକଉଁଠି ନା େକଉଁଠି ବିେଜପିର କାୟା ବୃଦ୍ଧିରେ ସହାୟକ େହାଇଛି। ଭଣ୍ଡାରିେପାଖରୀ ଓ ବାସୁଦେବପୁର ଛାଡି ଅନ୍ୟ ସବୁ ଆସନରେ ବିେଜଡି ସାମ୍ନାକୁ ଲଢେଇ ପାଇଁ ପଦ୍ମ ଦଳିଆ ଆସିଗଲେଣି। ଭଦ୍ରକ ବିଧାନସଭା ଆସନରେ ପଦ୍ମ ଫୁଟିବା କଷ୍ଟସାଧ୍ୟ। ଶଙ୍ଖନାଦରେ ପଦ୍ମ ଏଠାରେ ମଉଳୁଛି। ସଂଜୀବ ମଲ୍ଲିକଙ୍କ ସପକ୍ଷରେ ଭୋଟର ରହିଛନ୍ତି। ହେଲେ ଏ ସ୍ଥିତି କିନ୍ତୁ ଯୁବ ନେତା ବ୍ୟୋମକେଶ ରାୟ ଲଢୁଥିବା ଚାନ୍ଦବାଲି କିମ୍ବା ରାଜକିେଶାର ଦାସ ପ୍ରତିଦ୍ବନ୍ଦ୍ବିତା କରୁଥିବା ଧାମନଗରରେ ବାରି େହଲା ନାହିଁ। ଏଠାେର କଡ଼ା ଟକ୍କର ଭିତରେ ଅଛନ୍ତି ବିେଜଡି-ବିେଜପି। ବାସୁଦେବପୁରରେ ସ୍ଥିତି ବି ଗମ୍ଭୀର।
ଭଣ୍ଡାରିେପାଖରୀରେ େଭାଟର େଲାକସଭା େଭାଟ େବଳକୁ ଅଭିମନ୍ୟୁଙ୍କୁ ମନେ ପକାଇବା ବିେଶଷ ଗୁରୁତ୍ବ ରଖୁନି। କାରଣ ଏହା ତାଙ୍କ ଗଡ। କିନ୍ତୁ କୁପାରି, ଖଇରା ଆଦି ଅଞ୍ଚଳ ସହିତ ସହରୀ େଭାଟର େଖାଲାେଖାଲି େକନ୍ଦ୍ରରେ େମାଦୀ ସରକାର ସପକ୍ଷରେ ତାଙ୍କ ମତ ରଖୁଛନ୍ତି। େଗାଟିଏ ପଟେ ଅର୍ଜୁନଙ୍କ ବିେଦ୍ରାହ, ଅନ୍ୟପଟେ ପଦ୍ମର ହାଵା ଲୋକସଭା ନିର୍ବାଚନକୁ େରାଚକ େମାଡକୁ ଟାଣିନେଲାଣି। ଏସବୁ ଭିତରେ କିନ୍ତୁ ସଚେତନ େଭାଟର ଦଳବଦଳକାରୀଙ୍କୁ ଜବାବ ଦେବେ େବାଲି ରୋକଠୋକ୍ କହିଛନ୍ତି। ନବୀନଙ୍କୁ େଧାକା େଦଇଥିବା େନତାଙ୍କୁ ତାଙ୍କ ସ୍ଥିତି ଜଣାଇବେ େବାଲି ପଣ କରିଛନ୍ତି। ନବୀନଙ୍କ ବ୍ୟତୀତ ସେମାନଙ୍କର ଅସ୍ତିତ୍ବ ନାହିଁ, ଏକଥା ଦଳବଦଳକାରୀଙ୍କ ଠାରେ ପ୍ରମାଣିତ କରିବା ଲାଗି ବିେଜଡି େନତା ଅଣ୍ଟା ଭିଡିଛନ୍ତି। ନବୀନଙ୍କ େରାଡ୍ ସୋ ଜିଲ୍ଲା ବିେଜଡିର ଶକ୍ତି ବଢାଇଛି। ଏହା ସ୍ଥିତି ବଦଳାଇବାେର କେତେ ସକ୍ଷମ େହବ, ତାହା ଏବେଠାରୁ ଆକଳନ କରିବା କିନ୍ତୁ ମୁସ୍କିଲ।