ଭଦ୍ରକ: ଭଦ୍ରକ ରାଜନୀତିର ପଶାପାଲି ଖେଳରେ କିଏ ଜିତିବ କିଏ ହାରିବ ତାକୁ ନେଇ ଚାଲିଛି ଅଙ୍କକଷା। କିଏ  ରାଜନୀତିର ସିଧା ଅଙ୍କକଷୁ ଥିବା ବେକେ କିଏ ବଙ୍କେଇ କଷୁଛି ଅଙ୍କ। ଭଦ୍ରକ ରାଜନୀତିକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ଜିଲ୍ଲାରେ ବିଜେଡି ଗଡ଼ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଉଥିବା ବେଳେ ବିଜେପି ଶିବିର ଶକ୍ତିଶାଳୀ ହେଉଛି।

Advertisment

ବଳି ପଡୁଛି ବିଜେଡି

ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡି ଶୂନ୍ୟ କରିବାକୁ ବିଜେପି ଚାଣକ୍ୟ ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗୋଟି ଚାଳନାରେ ଜିଲ୍ଲାରେ ବିଜେପି ଧରାଶାୟୀ ହେବାକୁ ଯାଉଛି। ଏହି ରାଜନୀତିର ପଶାପାଲିରେ ବଳି ପଡୁଛି ବିଜେଡି ଦଳ। 

ଭଦ୍ରକ ରାଜନୀତିର ପଶାପାଲି...... 

  •   ବିଜେଡିକୁ ଫଟାଇବା ପାଇଁ ପ୍ରଫୁଲଙ୍କ ଘରେ ଗୁପ୍ତ ମନ୍ତ୍ରଣା , ସଂଜୀବଙ୍କ ଘରେ ବିଜେଡି ବଞ୍ଚାଅ ଆହ୍ଵାନ
  • ଅନାସ୍ଥା ଭୟ ଦେଖାଇ  ଅଟକାଇ ପପାରିଲେନି, ଚାଲିଗଲେ ୩ ବ୍ଲକ ଅଧ୍ୟକ୍ଷ,୭ ରେ ବିଜେପିରେ  ମିଶିଯିବେ

ଆହୁରି ପଢ଼ନ୍ତୁ:Harishchandra Yojana: ହିତାଧିକାରୀଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ: ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ସନାତନ

ପ୍ରକାଶ ଥାଉ କି, ଗତ କିଛି ମାସ ତଳେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ବିଜେଡି ଦଳର   ଯୁବ ନେତା ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ଥଫା ଦେବା ପରେ ଗତ କିଛି ଦିନ ତଳେ ପ୍ରଫୁଲ୍ଲ ସାମଲ ଙ୍କ ଭଦ୍ରକ ସ୍ଥିତ ବାସ ଭବନରେ ପ୍ରୟାସ କାନ୍ତିଙ୍କ ନେତୃତ୍ବରେ ଏକ ବୈଠକ ବସିଥିଲା। ଏହି ବୈଠକରେ ବନ୍ତ, ବାସୁଦେବପୁର, ଭଦ୍ରକ ଓ ଭଣ୍ଡରୀ ପୋଖରୀ ବ୍ଲକର ଅଧ୍ୟକ୍ଷ ମାନେ ଯୋଗଦେଇ ବିଜେଡି ଦଳ ଛାଡ଼ିବାକୁ ଯୋଜନା କରିଥିଲେ। ବିଜେପିରେ ଛାଡ଼ି ବିଜେପିରେ ମିଶିବା ପାଇଁ ପ୍ରଫୁଲ୍ଲଙ୍କ ଘରେ ଲୁଲୁଙ୍କର ଏହି ଗୁପ୍ତ ବୈଠକ ସମ୍ପର୍କରେ ଖବର ପାଇ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ସଂଜୀବ ମଲ୍ଲିକ କୌଶଳ ଆରମ୍ଭ କଲେ।

ସଂଜୀବ ନିଜର ଭଦ୍ରକ ସ୍ଥତ ବାସଭବନରେ ଭଣ୍ଡାରି ପୋଖରୀ  ଓ ବନ୍ତ ବ୍ଲକର  ସମିତି  ସଭ୍ୟ ଓ ସରପଂଚ ମାନଙ୍କୁ ଡାକି ବିଜେଡି ବଞ୍ଚାଇବା ପାଇଁ ଆହ୍ଵାନ ଦେଉଥିଲେ। ଦଳ ଛାଡ଼ିଲେ ଅଧ୍ୟକ୍ଷ ମାନଙ୍କ ନାମରେ ଅନାସ୍ଥା ଆଣି ସେମାନଙ୍କୁ ଗାଡି ଚ୍ୟୁତ କାଟିବା ପାଇଁ ସଂଜୀବ ଭୟ ବି ଦେଖାଇ ଲେ। ସଂଜୀବ ଙ୍କ ଅନାସ୍ଥା ଭୟକୁ କେହି ଅଧ୍ୟକ୍ଷ ଖାତିର କଲେ ନାହିଁ। କହିଲେ ଅନାସ୍ଥା ଭୟ ଦେଖାଇ ଆମକୁ ବିଜେଡିରେ ଆଉ ରଖିବାର ଶକ୍ତି କାହାର ନାହିଁ ବୋଲି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ ଖୋଲମ ଖୋଲା ଚାଲେଞ୍ଜ ଦେଲେ ।

ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ କହିଲେ ମୋ ସହ ମୋର ସଂକ୍ଷାଧିକ ସମିତି ସଭ୍ୟ ଓ ସରପଂଚ ଅଛନ୍ତି। ମୁଁ ସେମାନଙ୍କ ସହ ରହି କାମ କରିବି। ବିଜେଡିରେ ରଖି ଭଦ୍ରକ ବ୍ଲକର ବିିକାଶ ମୂଳକ କାମ କରି ହେଉନାହିଁ। ତେଣୁ ଦଳ ଛାଡ଼ିଲେ ବୋଲି ଉର୍ମିଳା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ ବିଜେପିରେ ଯୋଗ ଦେବେ ବୋଲି କହିଥିବା ବେକେ  ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ଶୁମତୀ ସେଠୀ ବିଜେଡି ଛାଡିଥିବା ବେକେ ଅବସ୍ଥାକୁ ମୁଁ ଭୟ କରେ ନି ବୋଲି କହିଛନ୍ତି।

ଆମେ ଲୋକଙ୍କ ସହ ରହି କାମ କରୁଛୁ। କାମ କରିବୁ। କ୍ଷମତା ଆଜି ଅଛି କାଲି କି ନଥିବ। କିନ୍ତୁ ମୁଁ ମୋ ଅଞ୍ଚଳର ଲୋକଙ୍କ ସହ ସବୁବେଳେ ରହିଥିବା ବେଳେ ମୋ ସହ ମଧ୍ୟ ମୋର ସେମିତି ସଭ୍ୟ  ଓ ସରପଂଚ ଭାଇ ମାନେ ଅଞ୍ଚନ୍ତି ବୋଲି କହିଛନ୍ତି।  ଗତ ୨୯ ତାରିଖ ରାତିରେ ବିଜେଡି ଦଳରୁ ଏହି 3 ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ଗତ ତିନି ଦିନ ଭିତରେ ଜିଲ୍ଲାରେ କିଛି ସମିତି ସଭ୍ୟ ବିଜେଡି ଦଳ ଛାଡିଛନ୍ତି।

ଗୋଟିଏ ଦିନରେ ଭଦ୍ରକ ଜିଲ୍ଲାରୁ ତିନି ବ୍ଲକ ଅଧ୍ୟକ୍ଷ ବିଜେଡି ଦଳରୁ ଇସ୍ତଫା ଦେବା ରାଜ୍ୟ ବିଜେଡିକୁ  ଶକ୍ତ ଧକ୍କା ଦେଇଛି।  ପ୍ରଫୁଲ୍ଲଙ୍କ ଘରେ ହୋଇଥିବା ବିଜେଡି ଛାଡ଼ିବା ଗେମ୍ ପ୍ଲାନ ଲୁକୁଙ୍କର ସଫଳ ହେଉଥିବା ବେଳେ ସଂଜୀବଙ୍କ ଘରେ ହୋଇଥିବା ବିଜେଡି ବଞ୍ଚାଅ ଗେମ୍ ପ୍ଲାନ ଫେଲ ମାରୁଛି। ଅନାସ୍ଥା ରାଜନୀତି ଆଉ କାମ ଦେବ ନାହିଁ ବୋଲି ନେତା ଆଉ କର୍ମୀ ଖୋଲମା ଖୋଲା ଚର୍ଚା କରୁଛନ୍ତି।

ଆହୁରି ପଢ଼ନ୍ତୁ:Putin’s India Visit : ପୁଟିନଙ୍କ ଭାରତ ଗସ୍ତ ଉପରେ ବିଶ୍ବର ନଜର, ହୋଇପାରେ ବଡ଼ ପ୍ରତିରକ୍ଷା ଚୁକ୍ତି

ଭଦ୍ରକ ରାଜନୀତିର ବେକ ଫୁଟରେ ବିଧାୟକ ସଂଜୀବ ମଲ୍ଲିକ ଥିବା ବେକେ ଦଳରୁ ବାହାରି  ଫ୍ରଣ୍ଟ ଫୁଟରେ ଅଛନ୍ତି ଲୁଲୁ। ବିଜେଡି ଛାଡିଥିବା ନେତାମାନେ  ଆଗାମୀ ୭ ତାରିଖରେ ଭଦ୍ରକରେ ହେବାକୁ ଥିବା ମହା ମିଶ୍ରଣ ପର୍ବରେ ମିଶି ଯେବେ ବୋଲି ଚର୍ଚା ଜୋର୍ ଧରିଛି।

ରିପୋର୍ଟ: ହରିହର ନାୟକ