ଭଦ୍ରକରେ ବ୍ଲାକମେଲ କରି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ସେପଟେ ପୁରୀରେ ପୀଡ଼ିତାଙ୍କୁ ବି ପଚରାଉଚୁରା କରିବ ପୁଲିସ

ଭଦ୍ରକ: ଭଦ୍ରକ ଖପରପଦା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ତରଙ୍ଗ ମୁହୂର୍ତ୍ତର  ଭିଡିଓ ପ୍ରସ୍ତୁତ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ୩ମାସ ଧରି ଏପରି ଭାବେ ବ୍ଲାକମେଲିଂ କରି ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଉଥିଲା। ଏପରିକି ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିଲା ଅଭିଯୁକ୍ତ । ଏବେ ପରିବାର ଲୋକଙ୍କ ଅଭିଯୋଗ ପରେ ଧୁଷୁରି ପୁଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତର ଦୁଇ ଭାଇଙ୍କୁ ଅଟକ ରଖିଛି ପୁଲିସ |

ଅନ୍ୟପଟେ ପୁରୀ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ବି ପଚରାଉଚରା କରିବ ପୁଲିସ । ପୁରୀ ଏସପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି । ପୁଲିସର କହିବାନୁସାରେ ନାବାଳିକାଙ୍କ ବୟାନକୁ ଭିତ୍ତି କରି ଏବେ ତଦନ୍ତ ଚାଲିଛି ।

ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣି ଜେରା କରାଯିବ ବୋଲି ଏସପି କହିଛନ୍ତି । ସେପଟେ ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇ ସାରିଛି ପୁଲିସ । ପକ୍ସୋ ଆଇନର ଧାରା-୬ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ କରାଯାଇଛି । ଏହି ଧାରା ଅନୁସାରେ, ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର