ଭଦ୍ରକରେ ଚିହ୍ନଟ ଦୁଇ ନୂଆ କରୋନା ପଜିଟିଭଙ୍କ ଭିତରୁ ଜଣେ ବାସୁଦେବପୁର ପୌରାଞ୍ଚଳର ଓ ଅନ୍ୟଜଣେ ଧାମନଗର ବ୍ଲକର

ଭଦ୍ରକ: ଭଦ୍ରକରେ ଆଜି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବାସୁଦେବପୁର ପୌରାଞ୍ଚଳର ଗୁଆଗାଁର ଓ ଅନ୍ୟଜଣେ ଧାମନଗର ବ୍ଲକର ବମକୁରା ପଞ୍ଚାୟତର ।

ଉଭୟେ ପୁରୁଷ ଏବଂ ସେଦୁହେଁ ଗୁଜୁରାଟ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ଭଦ୍ରକରେ ଆଜି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏବେ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ ରହିଛି।

ଏଣେ ଆଜି ଦୁଇଟି ନୂତନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତାହା ଅନୁଯାୟୀ, ଧାମନଗର ବ୍ଲକର ବମକୁରା ପଞ୍ଚାୟତ ଓ ବାସୁଦେବପୁର ପୌରାଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର