ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୨୮ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୧୭ ଜଣ ଗୁଜୁରାଟ ଫେରନ୍ତା

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ଯେଉଁ ୨୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି,  ସେମାନଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭ ଜଣ ଗୁଜୁରାଟ ଫେରନ୍ତା, ୮ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ମହାରାଷ୍ଟ୍ର ଫେରନ୍ତା  ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାଯାଇଛି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ | ସେମାନଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କୁ କଟକର ଅଶ୍ବିନୀ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବାର ସୂଚନା ମିଳିଛି। ଏବେ ଭଦ୍ରକ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଏଣେ ଜିଲ୍ଲାରେ ଏଯାଏଁ ୨୧ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୩ ରହିଛି।

ଆଜି ପ୍ରଥମ ଥର ଲାଗି ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ଭଦ୍ରକ ଜିଲ୍ଲାରୁ୨୮, ବାଲେଶ୍ୱର ଜିଲ୍ଲାରୁ ୧୭, ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲାରୁ ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ବଲାଙ୍ଗୀର ଜିଲ୍ଲାରୁ ୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ୧ ଜଣ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ପୁଣି ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି।ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୭ ଥିବା ବେଳେ, ଏଯାବତ୍ ୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୧୯୬ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର