ଭଦ୍ରକରୁ ୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ: ଭଦ୍ରକ ସହର ନିକଟରୁ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଚରମ୍ପା ଓଭରବ୍ରିଜ ନିକଟରୁ ୮୧ଗ୍ରାମ ବ୍ରାଉନସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ।

ସୂଚନା ଅନୁଯାୟୀ, ଭଦ୍ରକ ଜ଼ିଲ୍ଲାରେ ବ୍ୟାପକ ମାତ୍ରାରେ ଧଳା ଜହର କାରବାର ଚାଲିଛି । ଏହାକୁ ନଜରରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ସମ୍ପୂର୍ଣ୍ଣ ଭାବେ ବ୍ରାଉନସୁଗାର ବେପାରୀଙ୍କ ଉପରେ ନଜର ରଖିଥିଲା ।  ଆଜି ସେମାନଙ୍କୁ ଧରିବାରେ ସଫଳ ହୋଇଛି । ଦୁଇ ଜଣ ଏକ ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା  ବେଳେ ଚରମ୍ପା ଓଭର ବ୍ରିଜ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲେ ।

ପରେ ଖୋଳତାଡ଼ କରିବା ପରେ ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନ ସୁଗାର ସହ ବାଇକକୁ ଜବତ କରିଛି ଅବକାରୀ ବିଭାଗ ।  ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦୁଇଜଣ ଜଳେଶ୍ଵରରୁ ବ୍ରାଉନସୁଗାର  ଆଣି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବ୍ୟବସାୟ କରୁଥିଲେ । ଲକଡାଉନ ବେଳେ ମଦ ଦୋକାନ ବନ୍ଦ ଥିବାରୁ ଏମାନେ ଅଧିକ ସକ୍ରିୟ ହୋଇଥିଲେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର