ଭଦ୍ରକର ଚରମ୍ପା ଓ ଏରେଇରୁ କଣ୍ଟେନମେଣ୍ଟ କଟକଣା ହଟିଲା, ଟୁଇଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ଆଜି ଭଦ୍ରକର ଚରମ୍ପା ଓ ଏରେଇରୁ କଣ୍ଟେନମେଣ୍ଟ କଟକଣା ହଟିଲା ବୋଲି  ଟୁଇଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। କିନ୍ତୁ ସଂପୃକ୍ତ ଅଞ୍ଚଳରେ ଲକଡାଉନ ନିୟମ ରହିବ ବୋଲି ସେ କହିଛନ୍ତି । ଭଦ୍ରକରେ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ପୂର୍ବରୁ ଗତ ୧୫ ତାରିଖରେ ପୁରୁଣା ବଜାରରୁ କଣ୍ଟେନମେଣ୍ଟ କଟକଣା ଉଠିଥିଲା।

ସୂଚନାଯୋଗ୍ୟ,ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା। ଭଦ୍ରକର ପୁରୁଣା ବଜାର ଅଞ୍ଚଳ, ଏରେଇ ଓ ଚରମ୍ପା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଗତ ୧୫ ତାରିଖରେ ପୁରୁଣା ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ କଟକଣା ଉଠାଇ ଦିଆଯାଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଦୁବାଇ ଫେରନ୍ତା ୨୯ ବର୍ଷିଅ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ସେହିପରି ଚରମ୍ପା ଓ ଏରେଇ ଅଞ୍ଚଳରୁ ୨ ଜଣ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ।

 

ସମ୍ବନ୍ଧିତ ଖବର